ଜଗାକୁ ଦର୍ଶନ କରିବାକୁ ଏକ କାର୍ରେ ଖୁସିରେ ବାହାରିଥିଲେ ପୂରା ପରିବାର। ହେଲେ ସେମାନଙ୍କ ସେହି ହସଖୁସି ବେଶୀ ସମୟ ରହିନଥିଲା। କଳାବାଦଲ ଘୁଟି ଆସିବା ପରି କ୍ଷଣିକ ଭିତରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଅଧାବାଟରେ କାର୍ଟି ଭାରସାମ୍ୟ ପୋଲ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏପରି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ।
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାଯାଇଛି।
ଆଜି ସକାଳେ ପଶ୍ଚିମବଙ୍ଗରୁ ଗୋଟିଏ ପରିବାରର ଜଗା ଦର୍ଶନ କରିବାକୁ ପୁରୀ ଅଭିମୁଖେ କାର୍ ଯୋଗେ ଯାଉଥିଲେ। ତଳନଗର ନିକଟରେ କାର୍ଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାର୍ରେ ଡ୍ରାଇଭର ସମେତ ୫ ଜଣ ଥିଲେ।
ଯେଉଁ କାର୍ଟି ଦୁର୍ଘଟଣା ଘଟିଛି ସେହି କାର୍ର ଆଗରେ ଓ ପଛରେ ଭାରତ ସରକାର ବୋଲି ଲେଖାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BUdILV9
No comments:
Post a Comment