ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତଥା ଡିଏମକେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ 'ସନାତନ ବିରୋଧୀ' ମନ୍ତବ୍ୟକୁ ନେଇ ତୀବ୍ର ହେଉଛି ରାଜନୀତି। କେବଳ ରାଜନୈତିକ କ୍ଷେତ୍ର ନୁହେଁ ଧାର୍ମିକ ଅନୁଷ୍ଠାନ ମଧ୍ୟ ଷ୍ଟାଲିନଙ୍କ ମନ୍ତବ୍ୟକୁ କଡା ବିରୋଧ କରୁଛନ୍ତି। ଏହାରି ମଧ୍ୟରେ ନିରବତା ଭଙ୍ଗ କରିଛନ୍ତି ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଷ୍ଟାଲିନଙ୍କ ଦଳ, ବିରୋଧୀ ମେଣ୍ଟ ଇଣ୍ଡିଆର ଏକ ଅଂଶ ହୋଇଥିଲେ ବି ମମତା ବାନାର୍ଜୀ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି, "ଷ୍ଟାଲିନ୍ ବର୍ତ୍ତମାନ ଜୁନିଅର୍। କାହିଁକି ଓ କେଉଁ ଆଧାରରେ ଏପରି ମନ୍ତବ୍ୟ ଜେଇଛନ୍ତି ମୁଁ ଜାଣିପାରୁ ନାହିଁ। ମତେ ଲାଗେ କି ସବୁ ଧର୍ମ ସମାନ, ଆଉ ସବୁ ଧର୍ମକୁ ସମ୍ମାନ ଦେବା ଉଚିତ୍। ମୁଁ ତାମିଲନାଡୁ ଏବଂ ଦକ୍ଷିଣ ଭାରତର ପ୍ରତିଟି ଲୋକଙ୍କୁ ସମ୍ମାନ କରେ। ସେମାନଙ୍କୁ ମୁଁ ବିନମ୍ର ଅନୁରୋଧ କରିବି କି, ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖନ୍ତୁ।"
ଭାରତର "ବିବିଧତା ମଧ୍ୟରେ ଏକତା" ଏବଂ ଧର୍ମନିରପେକ୍ଷତା ନିତିକୁ ଦୋହରାଇ ବାନାର୍ଜୀ କହିଛନ୍ତି ଯେ, ମୁଁ ସନାତନ ଧର୍ମକୁ ସମ୍ମାନ କରେ ଏବଂ ଆମେ ବେଦରୁ ହିଁ ଶିକ୍ଷା ଗ୍ରହଣ କରୁଛୁ... ଆମର ଅନେକ ପୁରୋହିତ ଅଛନ୍ତି ଏବଂ ଆମ ରାଜ୍ୟ ସରକାର ସେମାନଙ୍କୁ ପେନସନ୍ ଦେଉଛନ୍ତି... ଆମ ଦେଶରେ ଅନେକଗୁଡ଼ିଏ ମନ୍ଦିର ଅଛି। ଆମେ ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ଆଦି ସବୁ ସ୍ଥାନକୁ ଯାଇଥାଉ। କୌଣସି ଧର୍ମକୁ ଆଘାତ ପହଞ୍ଚାଇଲା ଭଳି ମନ୍ତବ୍ୟଠୁ ଆମକୁ ଦୂରେଇ ରହିବା ଉଚିତ୍ ବୋଲି ବେଙ୍ଗଲ ମୁଖ୍ୟମନ୍ତ୍ରୀ କହିଛନ୍ତି।
ତେବେ ସେପ୍ଟେମ୍ବର 2ରେ ଏକ ସଭାରେ ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତ୍ରବ୍ୟକୁ କଡା ବିରୋଧ କରାଯାଉଛି। ସେ କହିଥିଲେ, "ଆମ ମଧ୍ୟରେ ଏପରି କିଛି ଜିନିଷ ଅଛି ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ମୂଳତ୍ପୋଟନ କରିବା ଆବଶ୍ୟକ। ଯେପରି ମ୍ୟାଲେରିଆ ଡେଙ୍କୁ ଆଉ କରୋନା। ସନାତନ ଧର୍ମ ମଧ୍ୟ ଠିକ୍ ଏହିପରି। ହିନ୍ଦୁ ଧର୍ମ ସମାନତା ବିରୋଧୀ ତେଣୁ ଏହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ବିଲୋପ କରିବା ଉଚିତ୍ ବୋଲି କହିଥିଲେ। ଷ୍ଟାଲିନଙ୍କ ଏହି ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡିଛି। ବିଭିନ୍ନ ଥାନାରେ ତାଙ୍କ ନାମରେ ଏତଲା ରୁଜୁ କରାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ql9Jdsz
No comments:
Post a Comment