ଗାଡ଼ିରୁ ବାହାରିଲେନି ଅଧିକାରୀ, ପୀଡ଼ିତଙ୍କ କାନ୍ଧରେ ଡ୍ରାଇଭର ବୁଲିଲେ ବନ୍ୟାଞ୍ଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 27, 2023

ଗାଡ଼ିରୁ ବାହାରିଲେନି ଅଧିକାରୀ, ପୀଡ଼ିତଙ୍କ କାନ୍ଧରେ ଡ୍ରାଇଭର ବୁଲିଲେ ବନ୍ୟାଞ୍ଚଳ

ଗରୀବ, ପୀଡ଼ିତଙ୍କ ଆଗରେ ଅଧିକାରୀ ଦେଖାଇଲେ ବାବୁପଣିଆ । ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ପାଣି ପଶିଥିବା ବେଳେ କ୍ଷୟକ୍ଷତି ଦେଖିବାକୁ ଆସିଥିବା ଅଧିକାରୀ କିନ୍ତୁ ଗାଡ଼ିରୁ ଓହ୍ଲାଇଲେ ନାହିଁ। ଏହାଦେଖି ପୀଡ଼ିତ ପରିବାର ନେହୁରା ହେବାରୁ ବାବୁଙ୍କ ଡ୍ରାଇଭର ବନ୍ୟାଞ୍ଚଳ ବୁଲି ବାହାରିଲେ। ତାହା ପୁଣି ପୀଡ଼ିତଙ୍କ କାନ୍ଧରେ। ପାଣିର ସୁଅରେ ନିଜକୁ ସମ୍ଭାଳିକା କାଠିକର ପାଠ ହୋଇ ପଡ଼ୁଥିବା ବେଳେ ପୀଡ଼ିତ କିନ୍ତୁ ବାବୁଙ୍କ ଡ୍ରାଇଭରଙ୍କ କାନ୍ଧରେ ପ୍ରାୟ ୨ କିମି ବୋହି ନିଜର ହୋଇଥିବା କ୍ଷୟକ୍ଷତି ବୁଲାଇ ଦେଖାଇଥିଲେ। ବିହାରର ଜମୁଇ ଜିଲ୍ଲାରେ ଏପରି ଅଫିସରରାଜ ଚାଲିଥିବା ବେଳେ ଦେଖିବାକୁ ମିଳିଛି ବାବୁପଣିଆର ନଗ୍ନ ଚିତ୍ର।

ପ୍ରବଳ ବର୍ଷା ହେତୁ ଜମୁଇ ଜିଲ୍ଲାର ବରିୟାରପୁର ପଞ୍ଚାୟତର ଘଟବାରୀ ଟୋଲା ଗାଁରେ ବହୁ କ୍ଷୟକ୍ଷତି ହୋଇଛି। ଏହି ବର୍ଷାରେ ଗାଁର ଗୋପାଳ ସିଂଙ୍କ ସମେତ ବହୁ ଲୋକଙ୍କ ଘର ପାଣିରେ ଭୁଶୁଡ଼ି ପଡ଼ିଛି। ଏନେଇ ଉକ୍ତ ବ୍ଲକର ବିଡିଓ ରଣଧୀର କୁମାରଙ୍କ ଦୃଷ୍ଟିଗୋଚର କରାଗଲା। ଏହାପରେ ଘଟଣା ଅନୁଧ୍ୟାନ କରିବାକୁ ସେ ଘଟବାରୀ ଟୋଲା ଗାଁରେ ପହଞ୍ଚିଲେ।

ମାତ୍ର ଚାରିଆଡ଼େ ପାଣି ଦେଖି ଅଧିକାରୀଜଣକ କିନ୍ତୁ ଆଉ ଗାଡ଼ିରୁ ଗୋଡ଼ କାଢ଼ିଲେନି। ଏହାପରେ ବାବୁଙ୍କ ଚାଳକ କ୍ଷେତ୍ର ପରିଦର୍ଶନ କରି ତାହାର ବିବରଣୀ ବାବୁଙ୍କୁ ଦେବେ ବୋଲି ସ୍ଥିର କରାଗଲା।

କିନ୍ତୁ ଚାଳକଜଣକ ବି ପାଣିରେ ଗୋଡ଼ ପକାଇବାକୁ ଅମଙ୍ଗ ହେଲେ। କେବଳ କାନ୍ଧରେ ବସାଇ ପାଣିରେ ନେଲେ ଯିବେ ବୋଲି ଚରମବାଣୀ ଶୁଣାଇଲେ। ଫଳରେ ଅସହାୟ ପୀଡ଼ିତ ପରିବାର ବାଧ୍ୟ ହୋଇ ବାବୁଙ୍କ ଡ୍ରାଇଭରଙ୍କୁ କାନ୍ଧରେ ବସାଇ ନିଜ ଭୁଶୁଡ଼ି ଯାଇଥିବା ଘର ଦେଖାଇଲେ।

ଏହି ସମୟରେ ଅସହାୟ ଗୋପାଳ ସିଂ ଡ୍ରାଇଭରଜଣଙ୍କୁ ପ୍ରାୟ ୨ କିମି ପର୍ଯ୍ୟନ୍ତ କାନ୍ଧରେ ବସାଇ ପାଣି ସୁଅରେ ପଶି ନିଜ ଘର ନିକଟକୁ ନେଇଥିଲେ। ସେଠାରୁ ଡ୍ରାଇଭରଜଣକ ସ୍ଥିତି ଅନୁଧ୍ୟାନ କରିବା ସହ ଫଟୋ ଉଠାଇ ଫେରିଥିଲେ।

ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏନେଇ ସମ୍ପୃକ୍ତ ଅଧିକାରୀଜଣକ କିନ୍ତୁ କିଛି କହିବାକୁ ମନା କରି ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jJStOMN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages