ସକାଳୁ ସକାଳୁ ମହାନଦୀକୁ ଡେଇଁ ନିଖୋଜ ହୋଇଗଲେ ବ୍ୟକ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ବଲପୁରରେ ଘଟିଛି। ସମ୍ବଲପୁରର ଚାଉଁରପୁର ବ୍ରିଜ ଉପରୁ ନଦୀକୁ ବ୍ୟକ୍ତିଜଣକ ଡେଇଁ ପଡ଼ିଥିବା ବେଳେ ତାଙ୍କ ପତ୍ତା ମିଳି ପାରୁନି।
ଆଜି ସକାଳେ ମଧ୍ୟବୟସ୍କ ବ୍ୟକ୍ତିଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ।
ଘଟଣା ସମୟରେ ବହୁ ଲୋକ ମଣ୍ଣିଂ ୱାକ କରୁଥିଲେ। ସେମାନେ ଏହାଦେଖି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଏବେ ହୀରାକୁଦର ସମସ୍ତ ଗେଟ୍ ବନ୍ଦ ଥିବାରୁ ନଦୀରେ ପାଣି ଅଳ୍ପ ଅଛି। ତେଣୁ ଖୁବ୍ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି।
ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ପରିବାର ଲୋକେ କେହି ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଦେଖିବାକୁ ବ୍ରିଜ ଉପରେ ନାହିଁ ନ ଥିବା ଭିଡ଼ ଜମିଛି।
ଉକ୍ତ ଗାଡ଼ିଟି ସମ୍ବଲପୁର ଆରଟିଓରେ ସୁରେନ୍ଦ୍ର ମିଶ୍ର ନାମକ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବେଳେ ଡେଇଁ ପଡ଼ିଥିବା ବ୍ୟକ୍ତିଜଣକ ନିଜେ ସୁରେନ୍ଦ୍ର ମିଶ୍ର ନା ଆଉ କିଏ ତାହା ସ୍ପଷ୍ଟ ହୋଇପାରିନି।
ବ୍ୟକ୍ତିଜଣକ ଏପରି ଚରମ ପଦକ୍ଷେପ ନେବାର କାରଣ କିଛି ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ଏପରି କରିଥାଇ ପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kFuO0Vb
No comments:
Post a Comment