ଦୁଇ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 26, 2023

ଦୁଇ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ୪ ଗୁରୁତର

ଗତକାଲି ବିଳମ୍ବିତ ରାତ୍ରରେ ରାୟଗଡ଼ା ଜିଲ୍ଲାରେ ପୃଥକ୍ ପୃଥକ୍ ଦୁଇଟି ବାଇକ୍ ଦୁର୍ଘଟଣା ଘଟିଛି। ଏହି ଦୁଇ ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ରାୟଗଡା ଜେକେପୁର ଦଶହରା ଉତ୍ସବ ଦେଖି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ତିନି ଗୁରୁତର ହୋଇଥିଲେ। ମୃତକ ହେଲେ ରାଜେଶ ଗୁଡ଼ଲା।

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଗ୍ନିଶମ ବିଭାଗ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଘଟଣାସ୍ଥଳରେ ରାଜେଶଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଆହତଙ୍କୁ ଚିକିତ୍ସା ନିମନ୍ତେ କୋରାପୁଟ ସ୍ଥାନାନ୍ତର କରାଯାଇଛି।

ସେପରି କାଶିପୁର ଥାନା ଅନ୍ତର୍ଗତ ଯୁଡ଼ାମ୍ବରେ ଦୁଇ ବାଇକ୍ ଧକା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହେଇଛନ୍ତି । ତାଙ୍କୁ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hkHKlZa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages