ସେବାୟତଙ୍କ ବିବାଦ ପାଇଁ କାଲିଠୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଗତକାଲି ମଙ୍ଗଳ ଆଳତି ପରଠାରୁ ଆଉ ଠାକୁରଙ୍କର କୌଣସି ନୀତିକାନ୍ତି ହୋଇନାହିଁ।
ଲଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ତେଣୁ ପ୍ରଶାସନ ବି ନିଦାବିଷ୍ଣୁ ସାଜି ବସିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ। ସବୁ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ କେମିତି ହାଇକୋର୍ଟରୁ ଅନୁମତି ମିଳିଛି ବୋଲି ପ୍ରଶ୍ନ କରିଛି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ।
ପୂର୍ବରୁ ଏହାକୁ ଅନ୍ୟ ନିଯୋଗ ଚ୍ୟାଲେଂଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା। ହେଲେ ହାଇକୋର୍ଟ କିଭଳି ଏହାକୁ ପୁଣି ଚାଲୁପାଇଁ ଅଦେଶ ଦେଲେ ବୋଲି ପ୍ରଶ୍ନ ଉଠାଇଛି ବଡୁ ନିଯୋଗ। ଅନ୍ୟପକ୍ଷରେ ବାରମ୍ବାର ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/HOKCMwb
No comments:
Post a Comment