ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ହତ୍ୟା; ଡ୍ରାଇଭର ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 11, 2023

ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ହତ୍ୟା; ଡ୍ରାଇଭର ଅଟକ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ। ମୃତ ମହିଳା ଜଣଙ୍କ ହେଲେ ସୌଦାମିନୀ ରଥ।

ସୌଦାମିନୀ ଘରେ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ସୌଦାମିନୀ ନିଜ ଘରେ ଫୋନରେ କଥା ହେଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଆସି ତାଙ୍କୁ ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା। ସୌଦାମିନୀ ଜୋରରେ ଚିତ୍କାର କରିଥିଲେ। ସୌଦାମିନୀ ଯେଉଁ ବ୍ୟକ୍ତି ସହ ଫୋନରେ କଥା ହେଉଥିଲେ ସେ ଘଟଣାସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ସୌଦାମିନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଆସି ଦେଖିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ସୌଦାମିନୀଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଏହାସହ ପୁଲିସ ସୌଦାମିନୀଙ୍କ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/L1n4UNA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages