ଭାରତ ବନାମ ଇଂଲଣ୍ଡ। ୨୦୨୩ ଦିନିକିଆ ବିଶ୍ୱକପର ସବୁଠାରୁ ଚର୍ଚ୍ଚିତ ମୁକାବିଲା ଭାବେ ଆଖ୍ୟା ପାଇଥିଲା। କାରଣ ଇଂଲଣ୍ଡ ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ଭାରତ ବିଶ୍ୱକପର ହୋଷ୍ଟ ନେଶନ ହୋଇଥିବାରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସମସ୍ତେ କହୁଥିଲେ।
କିନ୍ତୁ ଏବେ ଇଂଲଣ୍ଡ ସ୍ଥିତି ଅତ୍ୟନ୍ତ ଖରାପ। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଚଳିତ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ରହିଛି। ଏଯାଏ ଦଳ ୫ଟି ମ୍ୟାଚ୍ରୁ ମାତ୍ର ଗୋଟିଏରେ ଜିତିଛି। କେବଳ କୌଣସସି ଚମତ୍କାରିତା ଓ ୪ ବିଜୟ ହିଁ ଦଳକୁ ଖରାପ ସ୍ଥିତିରୁ ଉଦ୍ଧାର କରିବ।
କିନ୍ତୁ ଭାରତ ଏଯାଏ ଚଳିତ ବିଶ୍ୱକପରେ ଅପରାଜେୟ। ୫ରୁ ୫ ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡକୁ ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ କାଲିର ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଖରାପ ସ୍ଥିତିରେ ଥିବା ଇଂଲଣ୍ଡକୁ ଆହୁରି ବିପର୍ଯ୍ୟୟ ମଧ୍ୟକୁ ଠେଲିବା ଲକ୍ଷ୍ୟରେ ରହିଛି ଭାରତ। ଖାଲି ଇଂଲଣ୍ଡ ହାରିଲେ ସେମି ଫାଇନାଲ ଦୌଡ଼ରୁ ବିଧିବଦ୍ଧ ଭାବେ ବାଦ ପଡ଼ିବ।
ଆଜି ଲକ୍ଷ୍ନୌରେ ଦୁଇ ଦଳ ମଧ୍ୟରେ ଖେଳାଯିବ ମ୍ୟାଚ୍। ଦିନ ୨ଟାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା ଏଥିପାଇଁ ଦୁଇ ଦଳ ଜୋରଦାର ଅଭ୍ୟାସ କରିଛନ୍ତି। କିନ୍ତୁ ମ୍ୟାଚ୍ ବେଳେ କେଉଁ ପିଚ୍ର ବ୍ୟବହାର ହେବ, ତା’ ହିଁ ସବୁଠାରୁ ବଡ଼ ପ୍ରଶ୍ନ।
କିଛି ରିପୋର୍ଟରେ କୁହାଯାଇଛି ଯେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ର ପିଚ୍କୁ ଆଜି ବ୍ୟବହାର କରାଯିବ। ଉକ୍ତ ପିଚ୍ଟି ଉଭୟ ବ୍ଲାକ ଓ ରେଡ ମାଟିର ମିକ୍ସରେ ତିଆରି ହୋଇଛି। ଯଦି ଏପରି ହୁଏ, ତା’ହେଲେ ସ୍ପିନରଙ୍କୁ ଅଧିକ ଫାଇଦା ମିଳିବ।
ଏପରି ସ୍ଥିତିରେ ଭାରତର ଚୂଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମହମ୍ମଦ ସିରାଜ କିମ୍ବା ମହମ୍ମଦ ଶାମିଙ୍କ ବଦଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଶାମି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ ୱିକେଟ ନେବା ସହ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ। ତେଣୁ ତାଙ୍କୁ ବେଞ୍ଚରେ ବସାଇବା ମୁଡରେ ଟିମ ମ୍ୟାନେଜମେଣ୍ଟ ନାହିଁ।
ସେହିପରି ଇଂଲଣ୍ଡର ମଧ୍ୟକ୍ରମରେ ବାମହାତୀ ବ୍ୟାଟରଙ୍କ ସଂଖ୍ୟା ନାହିଁ କହିଲେ ଚଳେ। ଏପରି ସ୍ଥିତିରେ ଅଶ୍ୱିନ କେତେ ପ୍ରଭାବୀ ହେବେ, ତା’ହା ମଧ୍ୟ ବଡ଼ ପ୍ରଶ୍ନ। ଦ୍ୱନ୍ଦ୍ୱ ଭିତରେ ଭାରତ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ନ କରିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।
ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ଏକନାନ କ୍ରିକେଟ ଷ୍ଟାଡିମୟରେ ଏଯାଏ ବିଶ୍ୱକପର ୩ ମ୍ୟାଚ୍ ଖେଳାଯାଇଥିବେ ବେଳେ ସ୍ପିନରଙ୍କ ପ୍ରଦର୍ଶନ ଭଲ ରହିଛି। ସ୍ପିନରଙ୍କ ଇକୋନୋମି ୪.୭୯ ଥିବା ବେଳେ ପେସରଙ୍କ ବୋଲିଂ ହାର ୫.୬୩ ରହିଛି। କିନ୍ତୁ ରବିବାର ମ୍ୟାଚ୍ ନାଲି ମାଟିରେ ପ୍ରସ୍ତୁତ ପିଚ୍ରେ ଖେଳାଯିବ। ଏଥିରେ ହାଲୁକା ଘାସର ପ୍ୟାଚ୍ ମଧ୍ୟ ରହିବ। ତେଣୁ ଦ୍ରୁତ ବୋଲରଙ୍କୁ ଅଧିକ ଫାଇଦା ମିଳିବାର ସମ୍ଭାବନା ରହିଛି। ଯଦି ଏହି ପିଚ୍ରେ ମ୍ୟାଚ୍ ହୁଏ, ତା’ହେଲେ ଭାରତ ୩ ପେସର ଓ ଦୁଇ ସ୍ପିନରଙ୍କ କମ୍ବିନେସନରେ ମୈଦାନକୁ ଓହ୍ଲାଇବ।
ବାଂଲାଦେଶ ବିପକ୍ଷରେ ଆହତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ୬ଷ୍ଠ ବୋଲରର ଅଭାବକୁ ବଢ଼ାଇ ଦେଇଛି। ଭାରତ ୫ମ ବୋଲରଙ୍କ ସହ ହିଁ ମ୍ୟାଚ୍ ଖେଳିବାକୁ ବାଧ୍ୟ ହେବ। ତେବେ ବ୍ୟାଟରମାନେ ଫର୍ମରେ ଥିବାରୁ ଇଂଲଣ୍ଡ ଠାରୁ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ।
ଅନ୍ୟପକ୍ଷରେ ଇଂଲଣ୍ଡ ଏକମାତ୍ର ଦଳ ଭାବେ ୧୫ ଜଣିଆ ସ୍କ୍ୱାଡରେ ଥିବା ସବୁ ଖେଳାଳିଙ୍କୁ ସୁଯୋଗ ଦେଇ ସାରିଛି। କିନ୍ତୁ ଦଳ ଏଯାଏ ୱିନିଂ କମ୍ବିନେସନ ପାଇ ନାହିଁ। ଗତ ମ୍ୟାଚ୍ରେ ଦଳ ଶ୍ରୀଲଙ୍କା ଠାରୁ ହାରିଥିଲା। ମୋଇନ ଅଲୀ ଗତ ମ୍ୟାଚ୍ରେ ଖେଳୁଥିଲେ। କିନ୍ତୁ କିଛି ବି ପ୍ରଭାବ ଦେଖାଇ ପାରି ନଥିଲେ। ଭାରତର ମିଡିଲ ଅର୍ଡରରେ ବାମହାତୀ ବ୍ୟାଟର ନଥିବାରୁ ତାଙ୍କୁ ପୁଣି ବେଞ୍ଚରେ ବସିବାକୁ ପଡ଼ିପାରେ।
ହ୍ୟାରୀ ବ୍ରୁକ୍ଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ଇଂଲଣ୍ଡ ମାର୍କ ଉଡଙ୍କ ସ୍ଥାନରେ ଗସ୍ ଅଟକିନସନଙ୍କୁ ସୁଯୋଗ ଦେବା ମୁଡରେ ରହିଛି। ତେବେ ବୋଲିଂ ଅପେକ୍ଷା ଇଂଲଣ୍ଡକୁ ତା’ର ବ୍ୟାଟିଂ ଚିନ୍ତା ଘାରିଛି। ବ୍ୟାଟିଂରେ ଏଯାଏ ଡାୱିଡ ମଲାନଙ୍କୁ ଛାଡ଼ି ଦେଲେ, କେହି ବି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି। ତେଣୁ ଆସନ୍ତାକାଲି ଇଂଲଣ୍ଡର ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ।
ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ/ରବିଚନ୍ଦ୍ରନ ଅଶ୍ୱିନ।
ଇଂଲଣ୍ଡର ସମ୍ଭାବ୍ୟ ଏକାଦଶ: ଜନ୍ନି ବେୟାରଷ୍ଟୋ, ଡାୱିଡ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋଶ ବଟଲର, ହ୍ୟାରୀ ବ୍ରୁକ/ମୋଇନ ଅଲୀ, ଲିଆମ ଲିଭଙ୍ଗଷ୍ଟୋନ, କ୍ରିକ୍ସ ୱକ୍ସ, ଡାଭିଡ ୱିଲୀ, ଗସ୍ ଅଟକିନସନ/ମାର୍କ ଉଡ ଓ ଆଦିଲ ରଶିଦ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/W6jvIOz
No comments:
Post a Comment