ଆଜିଠୁ ଆରମ୍ଭ ହେଉଛି ଶିମିଳିପାଳରେ ବାଘ ଗଣନା। ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦା ଆଦି ଅଂଚଳରେ ମଧ୍ୟ ବାଘ ଗଣନା କରାଯିବ। ତିନୋଟି ପର୍ଯ୍ୟାୟରେ ଏହି ବାଘ ଗଣନା କରାଯିବ।
୨୦ ତାରିଖ ପର୍ଯ୍ୟନ୍ତ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜେଟ ଏବଂ ୧ରୁ ୨୫ ନଭେମ୍ବର ଯାଏଁ କ୍ୟାମେରା ଟ୍ରାପିଙ୍ଗ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ କହିଛନ୍ତି। ଏହି ସର୍ଭେ ମାଧ୍ୟମରେ ବନ କର୍ମଚାରି ମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ। ବାଘର ରାମ୍ପୁଡା, ପାଦ ଚିହ୍ନ, ମଳ ଓ କେଉଁରାସ୍ତାରେ କେଉଁ ବନ୍ୟଜନ୍ତୁ ଯାଆସ କରୁଛି ତାହାର ଡାଟାବେଶକୁ ସଂଗ୍ରହ କରିବେ।
ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କ୍ୟାମେରା ଟ୍ରାପିଙ୍ଗରେ ଶିମିଳିପାଳରେ ଚିହ୍ନଟ ହୋଇଥିବା ବିଭିନ୍ନ ସ୍ଥାନରେ ୫୦୦ ରୁ ଊର୍ଦ୍ଧ୍ୱ କ୍ୟାମେରାକୁ ଲଗାଯିବ। ଯେଉଁଥିରେକି ବାଘ ଙ୍କ ଫୋଟୋ ଚିତ୍ରକୁ ନେଇ ବାଘଙ୍କ ସଂଖ୍ୟା, ବାଘଙ୍କ ଗତିବିଧି ଆଦିକୁ ଆକଳନ କରାଯିବ।
ଜାନୁୟାରୀ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ଏହି ବାଘ ଗଣନା କାର୍ଯ୍ୟକ୍ରମରେ ୨୦୦ ରୁ ଊର୍ଦ୍ଧ୍ୱ ବିଟ୍ ହାଉସ ଅଂଚଳରେ ୭୦୦ ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହେବେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Q1bnZq4
No comments:
Post a Comment