ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ; ହନ୍ତସନ୍ତ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 19, 2023

ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ; ହନ୍ତସନ୍ତ ଯାତ୍ରୀ

ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ। ଗତକାଲି ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି।

ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ରାଜ୍ୟରେ ଏବେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି। ଘରୋଇ ବସ୍ ସେବା ଉପରେ ରାଜ୍ୟର ଦୈନିକ ୪ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି।

ସୂଚନା ଯୋଗ୍ୟ ଯେ, ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଏକତରଫା ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। 

ଏହାସହ ସଂଘକୁ ଅନ୍ଦୋଳନ ପ୍ରତ୍ୟାହାର ପାଇଁ ଅପିଲ୍ କରିଛନ୍ତି।ମନ୍ତ୍ରୀ କହିଛନ୍ତି, ଆଲୋଚନା ମାଧ୍ୟମରେ ହିଁ ସମାଧାନର ବାଟ ବାହାରିବ। ଆସନ୍ତା ୨୬ ତାରିଖରେ ପୁଣି ଆଲୋଚନା ପାଇଁ ଡାକିଛୁ। ଲକ୍ଷ୍ମୀ ଯୋଜନା ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ।  ଏହା ଚାଲୁ ରହିବ। ତେବେ ଦଶହରା ବେଳେ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତୁ, ସେଥିଲାଗି ବସ୍ ମାଲିକମାନଙ୍କ ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ।

ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମେ ମନ୍ତ୍ରୀଙ୍କ କଥାକୁ ସ୍ୱାଗତ କରୁଛୁ, ମାତ୍ର ଆମର ଲିଖିତ ପ୍ରତିଶ୍ରୁତି ଦରକାର।

ଅନ୍ୟପକ୍ଷରେ ବସ୍ ଧର୍ମଘଟ ନିଷ୍ପତ୍ତିରେ ଫାଟ ଦେଖା ଦେଇଛି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତିକୁ ବାଲେଶ୍ୱରରେ ବିରୋଧ କରାଯାଇଛି। ବାଲେଶ୍ୱର ଜିଲ୍ଲା ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ ଧର୍ମଘଟକୁ ବିରୋଧ କରିଛନ୍ତି। ଧର୍ମଘଟ ନିଷ୍ପତ୍ତିକୁ ବିରୋଧ କରିବା ସହ ବସ୍ ଚଳାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆମେ ଧର୍ମଘଟକୁ ବିରୋଧ କରୁନୁ, ମାତ୍ର ଏହା ଉଚିତ ସମୟ ନୁହେଁ। ଦଶହରା ସମୟରେ ଧର୍ମଘଟ ଠିକ୍ ନୁହେଁ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବାଲେଶ୍ୱର ଜିଲ୍ଲାରେ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛୁ। କଟକ, ଭୁବନେଶ୍ୱରକୁ ଚଲାଇବୁ, ସରକାର ସୁରକ୍ଷା ଦିଅନ୍ତୁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Doh6xI9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages