ଟ୍ରେନ୍ ଭିତରେ ଆଖିବୁଜା ଗୁଳିମାଡ଼ । ଭୟଭୀତ ହୋଇ ଇଆଡ଼େ ସିଆଡ଼େ ଦୌଡ଼ିଲେ ଯାତ୍ରୀ। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍। ଏପରି ଏକ ଘଟଣା ସିୟାଲଦହ ଏକ୍ସପ୍ରେସରେ ଗତକାଲି ଘଟିଛି।
ଗତକାଲି ଟ୍ରେନ୍ଟି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଯାଉଥିବା ବେଳେ ହଠାତ୍ ଗୁଳିର ଶବ୍ଦ ଶୁଣିବାକୁ ମିଳିଲା। ଏହା ଶୁଣି ଯାତ୍ରୀମାନେ ଭୟଭୀତ ହୋଇ ଜୀବନ ବିକଳରେ ଇଆଡ଼େ ସିଆଡ଼େ ଦୌଡ଼ିବାକୁ ଲାଗିଲେ।
ପୁଲିସ୍ ସୂଚନା ପାଇ ତୁରନ୍ତ ଉକ୍ତ ଟ୍ରେନ୍ରେ ପହଞ୍ଚି ଉକ୍ତ ଯୁବକଙ୍କୁ କାବୁ କରିବା ସହ ଟ୍ରେନ୍ରୁ ନେଇ ଯାଇଥିବା ଜଣାଯାଇଛି। ଉକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେ ନିଶାସକ୍ତ ଥିଲେ ବି ନାହିଁ ତାହା ସ୍ପଷ୍ଟ ହୋଇନି।
ଏହି ଘଟଣା ପରେ ଟ୍ରେନ୍ରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିବା ବେଳେ ତନ ତନ କରି ଟ୍ରେନ୍କୁ ଯାଞ୍ଚ କରିବାକୁ ଦାବି କରିଥିଲେ। ଏହାକୁ କେନ୍ଦ୍ର କରି ଷ୍ଟେଶନରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ଏହିପରି ଏକ ଘଟଣା ଗତ ଜୁଲାଇ ୩୧ ତାରିଖରେ ଘଟିଥିଲା। ଆରପିଏଫ କନଷ୍ଟେବଳ ଚେତନ ସିଂ ଚୌହାନ ଜୟପୁର- ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ସମେତ ୩ ଜୀବନ ଚାଲି ଯାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gMaPGzD
No comments:
Post a Comment