ଅମାନବୀୟ କାଣ୍ଡ; ଶିକ୍ଷକଙ୍କ ନିର୍ଧୂମ ମାଡ଼ରେ ଆଖି ବୁଜିଲେ ଛାତ୍ର, ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 8, 2023

ଅମାନବୀୟ କାଣ୍ଡ; ଶିକ୍ଷକଙ୍କ ନିର୍ଧୂମ ମାଡ଼ରେ ଆଖି ବୁଜିଲେ ଛାତ୍ର, ଉତ୍ତେଜନା

ଶିକ୍ଷକ ସାଜିଲେ ସଇତାନ । ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହ ଠିକ୍‌ ରାସ୍ତା ଦେଖାଇବାକୁ ନିଯୁକ୍ତ ହୋଇଥିବା ଶିକ୍ଷକ ଛାତ୍ରଙ୍କ ଉପରେ ଶୁଝାଇଲେ ରାଗ । ସାମାନ୍ୟ କଥାକୁ ନେଇ ଜଣେ ଛାତ୍ରଙ୍କୁ ନିର୍ଧୂମ ପିଟିବାରୁ ଅକାଳରେ ଆଖି ବୁଜିଲେ ଛାତ୍ରଜଣକ । ଏଥିନିମନ୍ତେ ସମ୍ପୃକ୍ତ ଶିକ୍ଷକଙ୍କୁ ଦାୟୀ କରି ସ୍କୁଲ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ ପରିବାର ଲୋକେ। ଏପରି ଏକ ଲୋମହର୍ଷଣକାରୀ ଘଟଣା ବାଲେଶ୍ୱର ଖନ୍ତାପଡା ଥାନା କୁଳିଗାଁ ପଞ୍ଚାୟତର ବଂଶୀଧର ବିଦ୍ୟାପୀଠରେ ଘଟିଛି।

ମୃତ ଛାତ୍ରଜଣକ ହେଲେ ସୁମନ । ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକଜଣକ ବଂଶୀଧର ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଳିକ ବୋଲି ଜଣାଯାଇଛି।

କୌଣସି କାରଣକୁ ନେଇ ହିନ୍ଦୀ ଶିକ୍ଷକଙ୍କ ପୁତୁରା ସୂର୍ଯ୍ୟକାନ୍ତ ଓ ତାଙ୍କ ସହପାଠୀ ସୁମନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ସୂର୍ଯ୍ୟକାନ୍ତ ନିଜ ଦାଦାଙ୍କୁ ଅବଗତ କରିଥିଲେ। ଏହାପରେ ଆକ୍ରୋଶମୂଳକ ଭାବେ ହିନ୍ଦୀ ଶିକ୍ଷକ ମନୋରଞ୍ଜନ ଶନିବାର ଖେଳ ଛୁଟି ପରେ ସୁମନଙ୍କୁ ସ୍କୁଲ ଅଫିସକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି।

ଉକ୍ତ ଦିନ ସୁମନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଚିକିତ୍ସାଧିନ ଅବସ୍ଥାରେ ସେହି ମେଡ଼ିକାଲରେ ହିଁ ପ୍ରାଣ ହରାଇଥିଲେ ସୁମନ।

ଏନେଇ ଖନ୍ତାପଡ଼ା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ସହ ବିଦ୍ୟାଳୟର ସାମ୍ନାରେ ମୃତଦେହକୁ ରଖି ଧାରଣା ଦେଇଥିଲେ। ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଉଠି ମୃତକଙ୍କ ଶେଷକୃତ୍ୟ କରିଥିବା ଜଣାଯାଇଛି

ଅଭିଯୋଗ ଆଧାରରେ ଖନ୍ତାପଡ଼ା ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ତେବେ ଘଟଣା ସଂପର୍କରେ ଶିକ୍ଷକ ମନୋରଂଜନ ମଳିକ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ।

ଏନେଇ ଖନ୍ତାପଡ଼ା ବିଇଓ କହିଛନ୍ତି, ଘଟଣା ବାବଦରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଛି। ତଦନ୍ତ ପରେ ସମ୍ପୃକ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Nl0TQjO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages