କାଳ ହେଲା ଗଣ୍ଡରେ ଗାଧୁଆ। ଗୋଡ଼ ଖସି ଯିବାରୁ ବୁଡ଼ିଗଲେ ଯୁବ ଡାକ୍ତର । ବହୁ ଖୋଜାଖୋଜି ପରେ ମିଳିଲା ତାଙ୍କର ମୃତ ଶରୀର। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ।
ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ଗତକାଲି ୩ ଜଣ ସାଙ୍ଗଙ୍କ ସହ ପିକ୍ନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ।
ରାକେଶ ବ୍ରହ୍ମପୁର MKCG ମେଡିକାଲ କଲେଜରେ ପିଜି କରୁଥିଲେ। ତାଙ୍କ ସହ ପିକ୍ନିକ୍ କରିବାକୁ ଯାଇଥିଲେ ଆଉ ଦୁଇ ଜଣ ଡାକ୍ତର ଓ ଜଣେ ଇଞ୍ଜିନିୟର ବନ୍ଧୁ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡି ଯାଇଥିଲେ ଡାକ୍ତର ରାକେଶ କୁମାର ପାଢ଼ୀ।
ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ରାଜ୍ୟରେ ୨୦୧୮-୧୯ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ନଦୀ, ଝରଣା, ସମୁଦ୍ର, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ୬୦୫ ଜଣ ବୁଡ଼ି ମରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IlScfT9
No comments:
Post a Comment