ଅଧାରେ ରହିଲା ଜଗା ଦର୍ଶନ; ଅଟୋକୁ ପିଟିଲା ଟ୍ରକ୍‌, ୨ ମୃତ, ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 20, 2023

ଅଧାରେ ରହିଲା ଜଗା ଦର୍ଶନ; ଅଟୋକୁ ପିଟିଲା ଟ୍ରକ୍‌, ୨ ମୃତ, ୫ ଗୁରୁତର

ଅଧା ରହିଲା ଜଗା ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ କିନ୍ତୁ ଘଟିଗଲା ଅଘଟଣ । ପୁରୀ ଯିବା ନିମନ୍ତେ ଏକ ସଙ୍ଗେ ଅଟୋରେ ୧୦ ଜଣ ବାହାରି ଥିବା ବେଳେ ବାଟରେ କିନ୍ତୁ ଚାଲିଗଲା ୨ ଜୀବନ । ଏକ ଟ୍ରକ୍‌ ପଛପଟୁ ଧକ୍କା ଦେବାରୁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏକ ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ପାଣିକୋଇଲି ଛକ ନିକଟରେ ଘଟିଛି।

ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ଦଶ ଜଣ ଏକ ଅଟୋ ଯୋଗେ ପୁରୀ ବାହାରିଥିଲେ।  ଆଶା ଥିଲା ଆଜି ଭୋରୁ ପୁରୀରେ ପହଞ୍ଚି ଜଗା ଦର୍ଶନ କରିବେ। ମାତ୍ର ବିଧିର ବିଧାନ ଥିଲା ଅଲଗା। 

 ଅଟୋଟି ଆଜି ଭୋର ୪ଟା ସମୟରେ ଯାଜପୁର ପାଣିକୋଇଲି ଛକ ନିକଟରେ ଅତିକ୍ରମ କରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ଟି ଜୋରରେ ଧକ୍କା ଦେଇଥିଲା। ଫଳରେ ଅଟୋଟି ଚୁରମାର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଅଟୋରୁ ସମସ୍ତ ଯାତ୍ରୀଙ୍କୁ ବାହାର କରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ମୃତକ ହେଉଛନ୍ତି ବିଷମ କଟକ ଅଞ୍ଚଳର ୧୧ବର୍ଷ ବାଳକ ଶିବେନ୍ଦ୍ର ମହାପାତ୍ର ଓ ଭଦ୍ରକ ସିମୁଳିଆ ଅଞ୍ଚଳର ଯୁବତୀ ପୂଜା ସାହୁ । ଗୁରୁତର ୫ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ପୁଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RmNXHlk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages