ଆସନ୍ତାକାଲି ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ହେଲେ ଏହା ପୂର୍ବରୁ ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍। ମହାଦେବ ଆପ୍ ସମେତ ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମହାଦେବ୍ ବେଟିଂ ଆପ୍ ସଂପର୍କିତ ଅନଲାଇନ ଜୁଆ ସିଣ୍ଡିକେଟ୍ ମାମଲାର ତଦନ୍ତ କରୁଛି। ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ପୂର୍ବରୁ ଏହି ମହାଦେବ୍ ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଜବତ କରିଛି ଇଡି। ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି । ଏହି ବେଟିଂ ଆପ୍ ସଂପର୍କିତ ମାମଲାରେ ହରଡ଼ଘଣାରେ ପଡ଼ିଛି ଛତିଶଗଡ଼ର ଭୂପେଶ ବଘେଲ ସରକାର ।
ନିଜ ଦଳର ପ୍ରଚାର ପାଇଁ ବେଟିଂ ଆପ୍ ଅପରେଟରଙ୍କଠାରୁ ୫ଶହ କୋଟିରୁ ଅଧିକ ଟଙ୍କାର ବେଆଇନ ଫଣ୍ଡିଂ ମିଳିଥିବା ଅଭିଯୋଗ ହୋଇଛି। ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ବଘେଲ।
ଆସନ୍ତାକାଲି ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ କରିବେ ଭୋଟର୍। ଏହା ପୂର୍ବରୁ କେନ୍ଦ୍ର ସରକାର ମହାଦେବ ବୁକ୍ ବେଟିଂ ଆପ୍କୁ ବ୍ୟାନ୍ କରି ଦେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sdyD5E8
No comments:
Post a Comment