ହାତୀ ଆକ୍ରମଣରେ ଯୁବକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 18, 2023

ହାତୀ ଆକ୍ରମଣରେ ଯୁବକ ଆହତ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବସନ୍ତ ମୁଳି।

ଆଜି ସକାଳେ ଜଗନ୍ନାଥପ୍ରସାଦ ଅଞ୍ଚଳକୁ ୧୩ ଟିକିଆ ହାତୀପଲ ଆସି ଜମିରେ ପଶି ଧାନ ଖାଇବା ସହିତ ଦଳିଚକଟି ନଷ୍ଟ କରିଥିଲେ। ହାତୀମାନଙ୍କୁ ଘଉଡ଼ାଇବାକୁ ଚାଷୀମାନେ ସେଠାକୁ ଯାଇଥିଲେ। ସେମାନଙ୍କ ସହିତ ବସନ୍ତ ମୁଳି ମଧ୍ୟ ହାତୀ ଘଉଡ଼ାଇବାକୁ ଯାଇଥିଲେ।

ହଠାତ୍ ହାତୀମାନେ ଚାଷୀମାନଙ୍କ ନିକଟକୁ ମାଡ଼ି ଆସିବାରୁ ସେମାନେ ଭୟରେ ଦୌଡ଼ି ପଳାଇଥିଲେ। ସେହି ସମୟରେ ଗୋଟିଏ ହାତୀ ବସନ୍ତ ମୁଳିଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ଚାଷୀମାନେ ଜୋରରେ ପାଟି କରିବାକୁ ହାତୀଟି ସେଠାରୁ ଚାଲି ଯାଇଥିଲା। ନ ହେଲେ ହାତୀଟି ବସନ୍ତଙ୍କୁ ମାରି ଦେଇଥା’ନ୍ତା ବୋଲି କୁହାଯାଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nyj6rta

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages