ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେଉଥିବା ଏକ ଶବ୍ଦ ହେଉଛି ରେଡିଓଗ୍ରାଫି। ପୂର୍ବରୁ ଶରୀରର କୌଣସି ଆଭ୍ୟନ୍ତରୀଣ ସମସ୍ୟାକୁ ଚିହ୍ନଟ କରିବା ପାଇଁ କେବଳ ଏକ୍ସ-ରେ ବ୍ୟବହୃତ ହେଉଥିଲା, କିନ୍ତୁ ଚିକିତ୍ସାରେ ଉନ୍ନତି ଆସିବା ପରେ CR, MRI, ଏଞ୍ଜିଓଗ୍ରାଫି ଭଳି ରେଡ଼ିଓଗ୍ରାଫି କୌଶଳ ବ୍ୟବହାର କରାଯାଉଛି। ଏହି ପରୀକ୍ଷା କେବଳ ଯେ ଡାକ୍ତରମାନଙ୍କୁ ସାହାଯ୍ୟ କରେ ତାହା ନୁହେଁ, ରୋଗୀମାନେ ମଧ୍ୟ ବିସ୍ତୃତ ସୂଚନା ପାଇପାରନ୍ତି। ତେଣୁ ଲୋକଙ୍କୁ ରେଡିଓଗ୍ରାଫିର ବିକାଶ ଏବଂ ଗୁରୁତ୍ୱ ବିଷୟରେ ଅବଗତ କରାଇବା ପାଇଁ 'ବିଶ୍ୱ ରେଡିଓଗ୍ରାଫି ଦିବସ' ପାଳନ କରାଯାଉଛି।
ପ୍ରତିବର୍ଷ ନଭେମ୍ବର ୮କୁ ବିଶ୍ୱ ରେଡିଓଗ୍ରାଫି ଦିବସ ରୂପରେ ପାଳନ କରାଯାଏ। ତେବେ ଏହି ଦିବସ କେବେ ଓ କାହିଁକି ଆରମ୍ଭ ହୋଇଛି, ଜାଣନ୍ତୁ...
କେବେ ଆରମ୍ଭ ହେଲା ରେଡିଓଗ୍ରାଫି ଦିବସ?
୨୦୧୨ ମସିହାରେ ପ୍ରଥମେ ବିଶ୍ୱ ରେଡିଓଗ୍ରାଫି ଦିବସ ପାଳନ ହୋଇଥିଲା। ନଭେମ୍ବର ୮, ୧୮୯୫ରେ ଜର୍ମାନର ୱାରବର୍ଗ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର ୱିଲହମ କନରାଡ ରୋଣ୍ଟଜନ ଏକ୍ସ-ରେ ଆବିଷ୍କାର କରିଥିଲେ। ତଥାପି, ଆରମ୍ଭରେ ଏହି ପଦ୍ଧତି ବ୍ୟବହାର କରିବା ସହଜ ନଥିଲା। ରେଡିଓଗ୍ରାଫରମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, କିନ୍ତୁ ସମୟ ସହିତ ରେଡିଓଗ୍ରାଫିରେ ଅନେକ ବଡ଼ ପରିବର୍ତ୍ତନ ହେଲା। ଏହି ପରିବର୍ତ୍ତନ କାରଣରୁ ବର୍ତ୍ତମାନ ଯେକୌଣସି ରୋଗ ଆଖି ପିଛୁଳାକେ ଚିହ୍ନଟ ହୋଇପାରୁଛି। ନଭେମ୍ବର ୮କୁ ସ୍ମରଣୀୟ ରଖିବା ପାଇଁ ଏହି ଦିନ ବିଶ୍ୱ ରେଡିଓଗ୍ରାଫି ଦିବସ ପାଳନ କରାଯାଉଛି।
ବିଶ୍ୱ ରେଡିଓଗ୍ରାଫି ଦିବସର ଗୁରୁତ୍ୱ
- ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ଯଥା ଏକ୍ସ-ରେ ଆବିଷ୍କାର ପାଇଁ ବିଶ୍ୱ ରେଡିଓଗ୍ରାଫି ଦିବସ ପ୍ରତିବର୍ଷ ପାଳନ କରାଯାଏ।
- ମେଡିକାଲ୍ ଇମେଜିଙ୍ଗ୍ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଆଉ ଏକ ଉଦ୍ଦେଶ୍ୟ।
- ଡିଏନ୍ଏ ଆବିଷ୍କାର ଏବଂ ଯକ୍ଷ୍ମା ରୋଗର ନିରାକରଣ ଏକ୍ସ-ରେର ସବୁଠାରୁ ବଡ ସଫଳତା।
ବିଶ୍ୱ ରେଡିଓଗ୍ରାଫି ଦିବସର ଉଦ୍ଦେଶ୍ୟ
ଏହି ଦିନ ସମଗ୍ର ବିଶ୍ୱରେ ଏକ ସଚେତନତା ଅଭିଯାନ ଭାବରେ ପାଳନ କରାଯାଏ। ବିଶ୍ୱ ରେଡିଓଗ୍ରାଫି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ରେଡିଓଗ୍ରାଫିର ଉପକାରିତା ବିଷୟରେ ଅବଗତ କରାଇବା, ଯାହା ଫଳରେ ରୋଗଗୁଡିକ ଠିକ୍ ସମୟରେ ଚିହ୍ନଟ ଏବଂ ଚିକିତ୍ସା ହୋଇପାରିବ।
ବର୍ତ୍ତମାନ ସୁଦ୍ଧା ଅନେକ ଛୋଟ ସହର ଏବଂ ଗ୍ରାମୀଣ ଲୋକମାନେ ରେଡିଓଗ୍ରାଫି ବ୍ୟବହାରରୁ ଦୂରରେ ଅଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ଗ୍ରାମରେ ମୃତ୍ୟୁ ହାର ଅଧିକ ହେବାର ଏହା ଏକ ଅନ୍ୟ କାରଣ। ତେଣୁ ରେଡିଓଗ୍ରାଫି ବାବଦରେ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି। ଏହି ଦିନ, ଅନେକ ରେଡିଓଗ୍ରାଫି ଆସୋସିଏସନ୍ ଏବଂ ସୋସାଇଟି ଲୋକଙ୍କୁ ମାଗଣା ଏକ୍ସ-ରେ ଏବଂ ପରୀକ୍ଷଣର ସୁବିଧା ଯୋଗାଇଥାଏ, ଯାହାର ଲାଭ ଲକ୍ଷ ଲକ୍ଷ ଲୋକ ପାଇଥାନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/UNtbRu8
No comments:
Post a Comment