ନିଜ ଝିଅ ପାଇଁ ସବୁବେଳେ ସୁରକ୍ଷା କବଚ ପାଲଟିଥାଏ ମା’ । ଝିଅର ଇଜ୍ଜତ ରକ୍ଷା ସହ ସୁରକ୍ଷା ଯୋଗାଇବା ମା’ର ପ୍ରଥମ କର୍ତ୍ତବ୍ୟ। ମାତ୍ର ଯେଉଁଠି ମା’ ନିଜେ ହିଁ ନିଜ ନାବାଳିକା ଝିଅକୁ ଯୌନ ପିପାସୁ ମୁହଁକୁ ଠେଲି ଦିଏ ସିଏ ମା’ ନାଁରେ କଳଙ୍କ । ସେପରି ମା’କୁ ଯେତେ ଅଧିକ ନିର୍ଯାତନା ଦେଲେ ବି ତାହା କମ୍ ହେବ । ଏପରି ଏକ ମାମଲାର ଶୁଣାଣି କରି କେରଳ ଥିରୁଅନନ୍ତପୁରମ୍ର ସ୍ପେଶାଲ ଟାସ୍କ ଫୋର୍ସ ଜଣେ ମହିଳାଙ୍କୁ ୪୦ ବର୍ଷ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଫାଇନ୍ ବି ପକାଇଛନ୍ତି।
୨୦୧୮ ମାର୍ଚ୍ଚରୁ ୨୦୧୯ ସେପ୍ଟେମ୍ବର ମଧ୍ୟରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ତାହାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଉକ୍ତ ସମୟରେ ଅଭିଯୁକ୍ତା ମହିଳାଜଣକ ନିଜ ମାନସିକ ଅନଗ୍ରସର ସ୍ୱାମୀଙ୍କଠାରୁ ଅଲଗା ହୋଇ ନିଜ ପୁରୁଷ ବନ୍ଧୁ ଶିଶୁପାଲନ୍ଙ୍କ ସହ ଲିଭ୍-ଇନ୍ରେ ରହିଥିଲେ। ଉକ୍ତ ସମୟରେ ମହିଳାଙ୍କ ୭ ବର୍ଷର ଝିଅ ବି ତାଙ୍କ ସହ ରହୁଥିଲା। ଏହାର ସୁଯୋଗ ନେଇ ଶିଶୁପାଲନ୍ ମହିଳାଙ୍କ ୭ ବର୍ଷର ଝିଅକୁ ଯୌନ ଅତ୍ୟାଚାର କରିବାକୁ ଲାଗିଲେ।
ମହିଳାଜଣକ ଏହା ଜାଣି ମଧ୍ୟ କୌଣସି ପ୍ରତିବାଦ କଲେନି। ବରଂ ସେ ନିଜ ପୁରୁଷବନ୍ଧୁଙ୍କୁ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ନିଜ ଝିଅକୁ ତାଙ୍କ ନିକଟରେ ଛାଡ଼ିଦେଲେ । ଫଳରେ ନାବାଳିକାଜଣକ ଶିଶୁପାଲନଙ୍କ ଦ୍ୱାରା ବହୁଥର ଦୁଷ୍କର୍ମର ଶିକାର ହେଲେ।
ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ନାବାଳିକାଜଣକ ଥରେ ସୁଯୋଗ ପାଇ ସେଠାରୁ ଖସି ଆସି ନିଜ ଜେଜିମା’ଙ୍କ ନିକଟରେ ସବୁ କଥା କହିଦେଇଥିଲେ। ଏହାପରେ ତାଙ୍କ ପରିବାର ବର୍ଗ ଏନେଇ ଥାନାରେ ଅଭିଯୋଗ କରିଥିଲେ।
ଏନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଶିଶୁପାଲନ୍ ଆତ୍ମହତ୍ୟା କରି ଦେଇଥିଲେ। ଫଳରେ ମହିଳାଜଣକ ଏହି ମାମଲାର ଏକମାତ୍ର ଅଭିଯୁକ୍ତ ହୋଇଥିବା ବେଳେ ୨୨ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୪୦ ବର୍ଷ ୬ ମାସର ଦଣ୍ଡାଦେଶ ସହ ମହିଳାଙ୍କୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଦେଇ ନ ପାରିଲେ ଅଧିକ ୬ ମାସ ଦଣ୍ଡାଦେଶର ବି ରାୟ ପ୍ରକାଶ ପାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/p70Rrt3
No comments:
Post a Comment