କାମ ପାଇଁ ଯାଇ ଫେରିଲେନି ଜିଆରଏସ୍‌, ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 22, 2023

କାମ ପାଇଁ ଯାଇ ଫେରିଲେନି ଜିଆରଏସ୍‌, ମିଳିଲା ମୃତଦେହ

କାମ କରିବାକୁ ଘରୁ ବାହାରିଥିଲେ ଜିଆର୍‌ଏସ୍‌ । କିନ୍ତୁ ସମୟ ଗଡ଼ିଯିବା ପରେ ବି ଘରକୁ ଫେରିଲେନି। ପରିବାର ଲୋକେ ନାନା ଆଶଙ୍କା ମଧ୍ୟରେ ଚାରିଆଡ଼େ ଖୋଜାଖୋଜି କରିବା ପରେ ଶେଷରେ ପାଇଲେ ମୃତଦେହ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଘଟିଛି। ମୃତ ଜିଆରଏସ୍‌ଜଣକ ହେଲେ ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଦିନବନ୍ଧୁ ଦାସ ।

ସବ ଦିନ ପରି ଗତକାଲି ବି ଦିନବନ୍ଧୁ ସକାଳୁ ପଞ୍ଚାୟତ କାର୍ଯ୍ୟାଳୟକୁ ବାଇକ୍ ଧରି ବାହାରି ଯାଇଥିଲେ। ମାତ୍ର ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରି ନ ଥିଲେ। ବାରମ୍ବାର ଫୋନ୍‌ କରିବା ସତ୍ତ୍ୱେ ସେ ଫୋନ୍‌ ଉଠାଇଲେ ନାହିଁ ।

ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ପରେ ସୁରାମାଲ - ଝାଟିକିମାଲ ରାସ୍ତା ମଝିରେ ଥିବା ମାଟି ଖାଲ ରାସ୍ତାରେ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଲେ । ମାତ୍ର ମୃତଦେହରେ କୈଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନାହିଁ । ନିକଟରେ ବାଇକ୍‌ଟି ଷ୍ଟାଣ୍ଡ ମରାଯାଇ ରଖାଯାଇଛି ।

ଖବର ପାଇ ଆଜି ସକାଳୁ ରେଢ଼ାଖୋଲ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତା ନା ରାଜନୈତିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଉପରୁ ପରଦା ହଟିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fEFwPg2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages