ଏମବିଏସ୍‌ ଡିଗ୍ରୀ ପାଇ ଝୁମି ଉଠିଲେ ଛାତ୍ର, କାମୁଡ଼ିଦେଲା ସାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 30, 2023

ଏମବିଏସ୍‌ ଡିଗ୍ରୀ ପାଇ ଝୁମି ଉଠିଲେ ଛାତ୍ର, କାମୁଡ଼ିଦେଲା ସାପ

ଦଇବ ସହିଲାନି ଖୁସି। ବର୍ଷ ବର୍ଷର ଖୁସି ନିମିଷେକେ ଚୁରମାର ହୋଇଗଲା। ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳାଇଗଲା। ଏମବିବିଏସ୍‌ ଡିଗ୍ରୀ ହାସଲର ମାତ୍ର କିଛି ଘଣ୍ଟା ପରେ ସାପ କାମୁଡ଼ାରେ ଆଖି ବୁଜିଲେ ଜଣେ ମେଡିକାଲ ଛାତ୍ର। ଏପରି ଏକ ହୃଦୟ ବିଦାରକ ଘଟଣା କର୍ଣ୍ଣାଟକାର ତୁମାକୁରୁ ଅଞ୍ଚଳରେ ଘଟିଛି। ମୃତ ଛାତ୍ରଜଣକ ହେଲେ ଆଦି ବାଲକ୍ରିଷ୍ଣନ।

କେରଳର ଆଦି ବାଲକ୍ରିଷ୍ଣନ ତୁମାକୁରୁସ୍ଥିତ ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜ ( SSMC)ରେ ଶେଷ ବର୍ଷରେ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି । ତୁମାକୁରୁ ବାଙ୍ଗାଲୁରୁଠୁ ୮୦ କିମି ଦୂରରେ ଅବସ୍ଥିତ ।

 ଗତ ବୁଧବାର କଲେଜରେ ଆୟୋଜିତ ଉତ୍ସବରେ ବାଲକ୍ରିଷ୍ଣନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା।  ପୁଅର ଖୁସିରେ ସାମିଲ ହେବାକୁ ବାଲକ୍ରିଷ୍ଣନଙ୍କ ମା’ ଓ ପରିବାର ଲୋକେ ବି ସେଠାରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ସରିବା ପରେ ସମସ୍ତେ ବାଲକ୍ରିଷ୍ଣନଙ୍କ ହଷ୍ଟେଲକୁ ଫେରିଥିଲେ। ମାତ୍ର କ୍ୟାମ୍ପସ୍‌ରେ ବାଲକ୍ରିଷ୍ଣନଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିବା ବେଳେ ସେ କିଛି ଜାଣି ପାରି ନ ଥିଲେ।

ମାତ୍ର କିଛି ସମୟ ପରେ ସେ ବେହୋସ ହୋଇ ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲକ୍ରିଷ୍ଣନଙ୍କ ଦେହ ସାରା ବିଷ ମାଡ଼ି ଯାଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। 

ଏହି ଘଟଣା ପରେ ବାଲକ୍ରିଷ୍ଣନଙ୍କ ପରିବାର ସଦସ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି। ମେଡିକାଲ ଡିଗ୍ରୀ ହାସଲ ପରେ ପୁଅର ଏପରି ଅଚାନକ ମୃତ୍ୟୁକୁ ସେମାନେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହି ଖବର ଯୋଗୁ ସମଗ୍ର ମେଡିକାଲ କଲେଜରେ ଶୋକର ଛାୟା ଖେଳି ଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/01dtQCw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages