ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ; ମଇଦାନରେ ବହୁ ହେଭିୱେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 16, 2023

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ; ମଇଦାନରେ ବହୁ ହେଭିୱେଟ

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହେବ ବିଧାନସଭା ନିର୍ବାଚନ। ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେପଟେ ଛତିଶଗଡ ବିଧାନସଭା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଉଭୟ ରାଜ୍ୟରେ ଆଜି ବହୁ ହେଭିୱେଟ ନେତାଙ୍କ ଭାଗ୍ୟର ଫଇସଲା ହେବ ।

ଛତିଶଗଡ଼ର ୭୦ଟି ଆସନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହେବ। ସକାଳ ୮ରୁ ସଂଧ୍ୟା ୫ଟା ଯାଏ ଭୋଟିଂ ହେବ । କିଛି ସ୍ଥାନରେ ଅପରାହ୍ନ ୩ଟା ଯାଏଁ ବି ଭୋଟିଂ ହେବ ।

ଛତିଶଗଡ଼ର ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର। ଏଥିପାଇଁ ୧୮ ହଜାର ୮୩୩ ଟି ବୁଥ୍ କରାଯାଇଛି। ଛଡ଼ିଶଗଡରେ ପ୍ରାୟ ୩୫ ଲକ୍ଷ ଓଡ଼ିଆ ବସବାସ କରୁଥିବା ବେଳେ ସେମାନଙ୍କ ଭୋଟ ଗୁରୁତ୍ୱ ବହନ କରୁଛି।

ମଧ୍ୟପ୍ରଦେଶରେ ୨୩୦ ସିଟ୍‌ରେ ଆଜି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୨, ୫୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଳନାଥଙ୍କ ଭାଗ୍ୟର ଫଇସଲା ବି ଆଜି ହେବ ।

ଅପରପକ୍ଷେ, ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟର ୮ ମନ୍ତ୍ରୀ ଓ ୪ ସାଂସଦଙ୍କ ସମେତ ୯୫୮ ଆଶାୟୀଙ୍କ ଭାଗ୍ୟର ଫଇସଲା ହେବ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/snpaIDO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages