ଯଦି ସମାଜ ଏକ ନିକିତି ହୁଏ, ତେବେ ତାର ଦୁଇଟି ପଲା ହେବେ ମହିଳା ଓ ପୁରୁଷ। ଆଉ ନିକିତିର ସନ୍ତୁଳନ ବଜାୟ ରଖିବା ପାଇଁ ଉଭୟଙ୍କ ଉପସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ। ସମାଜରେ ସମାଜିକ ପ୍ରଥା ପ୍ରଚଳନ ପାଇଁ ମହିଳା ଓ ପୁରୁଷ ଉଭୟ ଆବଶ୍ୟକ। ଉଭୟଙ୍କ ଆବଶ୍ୟକତା ଦେଇ ଅନ୍ତର୍ଜାତୀୟ ପୁରୁଷ ଓ ମହିଳା ଦିବସ ପାଳନ କରାଯାଏ।
ଯେପରି ମହିଳାଙ୍କ ସମ୍ମାନାର୍ଥେ, ସେମାନଙ୍କ ଅଧିକାର ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି, ଠିକ୍ ସେହିପରି ପୁରୁଷ ଦିବସ ମଧ୍ୟ ପାଳନ କରାଯାଉଛି। ପରିବାର ଓ ସମାଜ ପ୍ରତି ଜଣେ ପୁରୁଷଙ୍କ ଭୂମିକାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 19କୁ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ପାଳନ କରାଯାଉଛି।
ଅନ୍ତର୍ଜାତୀୟ ପୁରୁଷ ଦିବସର ଇତିହାସ
ଅନ୍ତର୍ଜାତୀୟ ପୁରୁଷ ଦିବସ ପ୍ରଥମେ 1999ରେ ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ଟିଲକସିଂହ ପାଳନ କରିଥିଲେ। ଏହି ଦିନ ସେ ପୁରୁଷଙ୍କ ହିତ ଉଦ୍ଦେଶ୍ୟରେ କିଛି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଆମ ଦେଶ ଭାରତରେ 19 ନଭେମ୍ବର 2007ରେ ପୁରୁଷ ଦିବସ ପାଳନ କରାଯାଇଥିଲା।
ଅନ୍ତର୍ଜାତୀୟ ପୁରୁଷ ଦିବସର ଗୁରୁତ୍ୱ
ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜକୁ ପୁରୁଷଙ୍କ ସ୍ୱାସ୍ଥ୍ୟ, ସେମାନଙ୍କର ସଂଘର୍ଷ ଏବଂ ସାମାଜିକ ପ୍ରଥାରେ ସେମାନଙ୍କ ଅବଦାନ ବିଷୟରେ ଲୋକଙ୍କୁ ସଚେତନ କରାଇବା। ଏହି ଦିନ ମଧ୍ୟ ପୁରୁଷଙ୍କ ପ୍ରତି ଥିବା ଭେଦଭାବ ବିଷୟରେ ଆଲୋଚନା କରାଯାଏ। ଲୋକଙ୍କୁ ସମାନତାର ଶିକ୍ଷା ଦିଆଯାଏ। ଏଥିସହ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଉଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VTSeRxq
No comments:
Post a Comment