ପିକ୍‌ନିକ୍‌ ଯିବା ବେଳେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 4, 2023

ପିକ୍‌ନିକ୍‌ ଯିବା ବେଳେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୫ ଗୁରୁତର

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକନିକ୍‌ ପାଇଁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୬ ଜଣ ନାବାଳକ ଓ ୪ ଜଣ ମହିଳା ଅଛନ୍ତି।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧୀନ ହଳଦୀ ଗାଁରୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ଏକ ପିକ୍‌ଅପ୍‌ ଭ୍ୟାନ୍ ଯୋଗେ କଳାହାଣ୍ଡି ଜିଲ୍ଲା ଗୁରୁଜୀମୁଣ୍ଡାକୁ ପିକ୍‌ନିକ୍‌ ପାଇଁ ଯାଉଥିଲେ। ମାତ୍ର ଗାଡ଼ିଟି ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା।

ତୁରନ୍ତ ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଭ୍ୟାନ୍‌ ଭିତରୁ ୧୫ ଜଣଙ୍କୁ ବାହାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତୁରନ୍ତ ସେମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/xwFW4OZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages