ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିଲା ଭ୍ୟାନ୍; ଡ୍ରାଇଭରଙ୍କୁ ମାରିଲା ଫିଟ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 18, 2023

ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିଲା ଭ୍ୟାନ୍; ଡ୍ରାଇଭରଙ୍କୁ ମାରିଲା ଫିଟ୍ସ

ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିଲା ଭ୍ୟାନ୍। ମାତ୍ର ଭ୍ୟାନ୍ ଡ୍ରାଇଭରଙ୍କୁ ହଠାତ୍ ଫିଟ୍ସ ମାରିଲା। ଆଉ ଭାରସାମ୍ୟ ହରାଇ ଫୁଟପାଥ୍ ଉପରକୁ ଚଢ଼ିଗଲା ପିଲାଙ୍କୁ ନେଇ ଯାଉଥିବା ସ୍କୁଲ୍ ଭ୍ୟାନ୍। ଏଭଳି ଅଘଟଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱର ସିଆରପି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।

ତେବେ ସୌଭାଗ୍ୟବଶତଃ ପିଲାଙ୍କର ବିଶେଷ କ୍ଷତି ହୋଇନାହିଁ। ଭ୍ୟାନ ଭିତରେ ଥିବା ୬ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ଟି କାର୍ ଓ ୨ଟି ବାଇକ କ୍ଷତିଗ୍ରସ୍ତ ହୋଇଛି। ୨ ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ତେବେ ଭ୍ୟାନ୍‌ ଡ୍ରାଇଭରଙ୍କର ଫିଟ୍ସ ବେମାର ଥିବା ବେଳେ ଏନେଇ ପୂର୍ବରୁ ସେ କାହିଁକି ସୂଚନା ଦେଇ ନ ଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁ ପିଲାଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇ ଯାଉଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ି ଯାଇଛି। ଏପରି ଘଟଣା ଯେପରି ପୁନର୍ବାର ନ ଘଟେ ସେଥିପ୍ରତି କଡ଼ା ନଜର ରଖିବାକୁ ଦାବି ହେଉଛି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RC67beV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages