ସୃଷ୍ଟି ହେଲା ବାତ୍ୟା 'ମାଇଚୌଙ୍ଗ’; ୫ରେ ଉପକୂଳ ଛୁଇଁବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 2, 2023

ସୃଷ୍ଟି ହେଲା ବାତ୍ୟା 'ମାଇଚୌଙ୍ଗ’; ୫ରେ ଉପକୂଳ ଛୁଇଁବ

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମାଇଚୌଙ୍ଗ’। ଏହା ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା 'ମାଇଚୌଙ୍ଗ’ ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କିମି ଦୂରରେ ଅବସ୍ଥିତ ରହିଛି। କାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ। ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କିମି ରହିବ। ବାତ୍ୟା ଯୋଗୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ତାମିଲନାଡୁ ଓ ପୁଡୁଚେରୀର କିଛି ଅଂଶ ସର୍ବାଧିକ ପ୍ରଭାବିତ ହେବେ।

ବାତ୍ୟା 'ମାଇଚୌଙ୍ଗ’ ପ୍ରଭାବରେ ଓଡ଼ିଶାରେ ସୋମବାରରୁ ବୁଧବାର ଯାଏ ଦକ୍ଷିଣ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

ସେହିପରି  ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ତାମିଲନାଡୁ ଓ ପୁଡୁଚେରୀରେ ଆଜି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଡିସେମ୍ବର ୪ରେ ମଧ୍ୟ କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଏହାପରେ ବର୍ଷାର ପରିମାଣ କମିବ। ଆଗାମୀ ଦିନରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶନିବାର ରାତି ପାଇଁ ତାମିଲନାଡୁ ଓ ପୁଡୁଚେରୀକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସ ଘଡ଼ଘଡ଼ି ହୋଇପାରେ।

 ବାତ୍ୟା ପ୍ରଭାବରେ ଊପକୂଳ ଆନ୍ଧ୍ର ପ୍ରଦେଶରେ ଆଜି ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସୋମବାର ଓ ମଙ୍ଗଳବାର ମଧ୍ୟ ଉପକୂଳ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନ ଏବଂ ୟାନାମ ଠାରେ ଅତିରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଡିସେମ୍ବର ୬ରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ରୟାଲସୀମା ରିଜନରେ ରବିବାର ଓ ସୋମବାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ତାମିଲନାଡୁରେ ହାଇଆଲର୍ଟରେ ଜାରି କରାଯାଇଛି। ବାତ୍ୟା ମାଇଚୌଙ୍ଗ ଉପକୂଳବର୍ତ୍ତୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ। ଏଥିପାଇଁ ସମସ୍ତ ସରକାରୀ ଅଧିକାରୀ ଓ ପୁଲିସ୍‌ କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି। ତାମିଲନାଡୁ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପୁଡୁଚେରୀ ପାଇଁ ଏନଡିଆରଏଫର ୧୮ଟି ଷ୍ଟାଣ୍ତବାଇରେ ରହିଛନ୍ତି। ସେହିପରି ଆଉ ୧୦ଟି ଟିମ ମଧ୍ୟ ବ୍ୟାକଅପରେ ଅଛନ୍ତି।

ସୋମବାର ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ, କାଞ୍ଚିପୁରମ, ଚେଙ୍ଗାଲପେଟ ଓ ଥିରୁଭାଲ୍ଲୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ସୋମବାର ମାଡ୍ରାସ ଓ ଆନ୍ନା ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Cn9Zu0P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages