ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 7, 2023

ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ । କ୍ୟାନସର ସହ ଦୀର୍ଘ ଦିନର ସଂଘର୍ଷରେ ଶେଷରେ ଆଖି ବୁଜିଛନ୍ତି ଏହି ଭେଟେରାନ ଅଭିନେତା । ଗତକାଲି ରାତି ପ୍ରାୟ ୨ଟାରେ ଜୁନିଅର ମହମୁଦ ଆଖି ବୁଜିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। 

ଜୁନିଅର ମହମୁଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି। ଜୁହୁସ୍ଥିତ କବରସ୍ଥାନରେ ଆଜି ତାଙ୍କ ଶେଷକୃତ୍ୟୁ ସମ୍ପନ୍ନ ହେବ । ଜୁନିଅର ମହମୁଦଙ୍କ ପରିବାରରେ ପତ୍ନୀ ଦୁଇ ପୁଅ ବୋହୂ ଓ ଜଣେ ନାତି ଥିବା ଜଣାଯାଇଛି।

ଜୁନିଅର ମହମୁଦଙ୍କ ପ୍ରକୃତ ନାଁ ନଇମ ସୟିଦ। ତେବେ ଜୁନିୟର ମହମୁଦ ନାଁରେ ସେ ପ୍ରସିଦ୍ଧ। ତାଙ୍କୁ ଏହି ନାଁ ଦେଇଥିଲେ ବଲିଉଡ୍‌ର ବିଗତ ଦିନର ପ୍ରସିଦ୍ଧ ଅଭିନେତା ମହମୁଦ ଅଲୀ।

ଜୁନିଅର ମହମୁଦ ଗତ ୨ ମାସ ହେବ କ୍ୟାନସରରେ ପୀଡ଼ିତ ଥିଲେ। ଜୁନିଅର ମହମୁଦଙ୍କ ଶରୀରରେ କ୍ୟାନସର ଚିହ୍ନଟ ହେବା ବେଳକୁ ତାହା ଚତୁର୍ଥ ଷ୍ଟେଜରେ ପହଞ୍ଚି ସାରିଥିଲା। ତାଙ୍କ ଲିଭର, ଫୁସଫୁସ ସହିତ ପୂରା ଶରୀରକୁ କ୍ୟାନସର ବ୍ୟାପୀ ସାରିଥିଲା। ଏହାବାଦ ତାଙ୍କ ପେଟରେ ଏକ ଟ୍ୟୁମର ହୋଇଥିବା ବେଳେ ସେ ଜଣ୍ଡିସରେ ବି ପୀଡ଼ିତ ଥିଲେ। ତେଣୁ ତାଙ୍କ ହାତରେ ଆଉ ବେଶି ସମୟ ନ ଥିବା ଡାକ୍ତର କହି ଦେଇଥିଲେ।

ଜୁନିୟର ମହମୁଦ 7ଟି ଭିନ୍ନ ଭିନ୍ନ ଭାଷାରେ 250ରୁ ଅଧିକ ଫିଲ୍ମ କରିଛନ୍ତି। ସେ 10/11 ବର୍ଷ ବୟସରୁ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ସେ 6ଟି ମରାଠୀ ଫିଲ୍ମ ନିର୍ମାଣ କରିଥିଲେ। ସେ ନିଜେ ସେଗୁଡ଼ିକର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zCq1TJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages