ସ୍ଥଳଭାଗ ମୁହାଁ 'ମିଗଜୋମ', ଧାରଣ କଲା ଉଗ୍ର ରୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 4, 2023

ସ୍ଥଳଭାଗ ମୁହାଁ 'ମିଗଜୋମ', ଧାରଣ କଲା ଉଗ୍ର ରୂପ

ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ମିଗଜୋମ’। ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ। ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । ନେଲୋର-ମଛଲିପଟନମ୍ ମଝି ବାପଟଲାରେ ଆସନ୍ତାକାଲି ପୂର୍ବାହ୍ନରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ବାପାଟଲା ନିକଟରେ ଚେନ୍ନାଇ ରାଡାରରୁ ଭୀଷଣ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି ।

ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୯୦ରୁ ଶହେ କିଲୋମିଟର ରହିପାରେ । ତେବେ ଝଟକା ପବନର ବେଗ ୧୧୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ ।

ବାତ୍ୟା ‘ମିଗଜୋମ’ ଉପକୂଳ ଦେଇ ଗତି କରୁଥିବାରୁ ବାଦଲଖଣ୍ଡ ଗୁଡ଼ିକ ସମୁଦ୍ର ତଟରେ ଅଳ୍ପ ଉଚ୍ଚରେ ଅତିକ୍ରମ କରୁଛି । ଏହା ବର୍ତ୍ତମାନ ଉତ୍ତର ଦିଗକୁ ଗତିକରି ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇଛି।

ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ହେଉଛି ତାମିଲନାଡୁ, ଉବୁଟୁବୁ ଚେନ୍ନାଇ। ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ ସବୁଠି ଉବୁଟୁବୁ ସ୍ଥିତି।

ଗାଡ଼ି ଗମନାଗମନ ସହିତ ଟ୍ରେନ୍ ଓ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି। ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

ସେପଟେ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ରାଜରାସ୍ତାରେ ବୁଲୁଛି କୁମ୍ଭୀର। ଅନ୍ଧାର ରାତିରେ ରାସ୍ତା ଉପରକୁ ଆସିଯାଇଥିଲା ବିରାଟକାୟ କୁମ୍ଭୀର। ଯାହାକୁ ଦେଖି ଭୟଭୀତ ହୋଇପଡିଥିଲେ ଲୋକେ।

ଗତକାଲି ରାତିରୁ ହିଁ ସୀମାନ୍ତ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷା ଜାରି ରହିଛି । ଆସନ୍ତାକାଲି ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/paNUSt0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages