ସଲ୍ଲୁ, ସଲ୍ଲୁ ମିୟାଁ, ଭାଇଜାନ୍, ଦବଙ୍ଗ ଖାନ ନାମରେ ପରିଚିତ ବଲିଉଡର ମୋଷ୍ଟ ଇଲିଜିବୁଲ ବ୍ୟାଚେଲର ସଲମାନ ଖାନ। କିନ୍ତୁ ସଲମାନଙ୍କ ପ୍ରକୃତ ନାମ ବହୁ ଲୋକଙ୍କୁ ଅଜଣା। ବଲିଉଡର ଭାଇଜାନଙ୍କ ପ୍ରକୃତ ନାମ ଅବଦୁଲ ରଶୀଦ ସଲିମ ସଲମାନ ଖାନ ଅଟେ। ଏହି ନାଁ ତାଙ୍କୁ ବାପା ତଥା ଜେଜେଙ୍କ ନିକଟରୁ ମିଳିଛି।
ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭରେ ସଲମାନଙ୍କୁ ବି ଖୁବ୍ ଷ୍ଟ୍ରଗଲ କରିବାବୁ ପଡ଼ିଥିଲା। ଫେମସ ସ୍କ୍ରିପ୍ଟ ରାଇଟର ସଲିମ ଖାନଙ୍କ ପୁଅ ହୋଇଥିବା ସତ୍ତ୍ୱେ ରାତାରାତି ଫେମସ ହେବାକୁ ନିଜ ବାପାଙ୍କ ନାଁ ବ୍ୟବହାର କରିବାକୁ ସେ ପସନ୍ଦ କରି ନ ଥିଲେ ।
ନିଜ କ୍ୟାରିଅର ଆରମ୍ଭରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ ଆରମ୍ଭ କରିଥିଲେ ବଲିଉଡର ଦବଙ୍ଗ ଖାନ । ୧୯୮୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ପଲକ’ରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିବା ବେଳେ ତାହା ସୁପରଫ୍ଲପ ହୋଇଥିଲା।
ଜେ କେ ବିହାରୀ ଯେତେବେଳେ ‘ବିବି ହୋ ତୋ ଐସି’ ଫିଲ୍ମ କରୁଥିଲେ, ସେତେବେଳେ କାମ ମାଗିବାକୁ ତାଙ୍କ ନିକଟକୁ ସଲମାନ ଖାଁ ଯାଇଥିଲେ। ମାତ୍ର ସେ ତାଙ୍କୁ ଆସିଷ୍ଟାଣ୍ଟ ଡାଇରେକ୍ଟର ପରିବର୍ତ୍ତେ ନିଜ ଫିଲ୍ମରେ ଏକ ଛୋଟ ରୋଲ୍ ଦେଇଥିଲେ। ଫଳରେ ଏହି ଫିଲ୍ମ ଜରିଆରେ ସଲମାନ ଖାନଙ୍କ ବଲିଉଡ ଡେବ୍ୟୁ ହୋଇଥିଲା।
ଫିଲ୍ମ ‘ମେନେ ପ୍ୟାର କିୟା’ ସଲମାନଙ୍କୁ ରାତାରାତି ସୁପରଷ୍ଟାର କରି ଦେଇଥିଲା। ମାତ୍ର ଏହି ଫିଲ୍ମ ପାଇଁ ସଲମାନ ଡାଇରେକ୍ଟର ସୂରଜ ବଡ଼ଜାତ୍ୟାଙ୍କ ପ୍ରଥମ ପସନ୍ଦ ନ ଥିଲେ। ସୂରଜ ପ୍ରଥମେ ଏହି ଫିଲ୍ମରେ ଦୀପକ ତିଜୋରି ନଚେତ ପିୟୁଷ ମିଶ୍ରାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ। କିନ୍ତୁ ଦିନେ ସେ ସଲମାନଙ୍କ ପୋର୍ଟପୋଲିଓ ଦେଖୁ ଦେଖୁ ତାଙ୍କ ଅଡିଶନ ନେଇଥିଲେ। ଏହାପରେ ତାଙ୍କୁ ଏହି ଫିଲ୍ମର ଲିଡ ରୋଲ ପାଇଁ ଫାଇନାଲ କରିଥିଲେ।
ଏହାପରେ ‘ବାଜିଗର’ ଫିଲ୍ମର ମେନ୍ ରୋଲ ପାଇଁ ସଲମାନଙ୍କୁ ଅଫର ମିଳିଥିଲା। କିନ୍ତୁ କ୍ୟାରିଅର ଆରମ୍ଭରେ ନେଗେଟିଭ ରୋଲ୍ କରିବାକୁ ମନା କରି ଦେଇଥିଲେ ସଲମାନ । ଫଳରେ ଏହା ଶାହାରୁଖଙ୍କ ଝୁଲାରେ ପଡ଼ିଥିଲା ଓ ସେ ପାଲଟି ଯାଇଥିଲେ ବଲିଉଡର ବାଜିଗର।
ସଲମାନ ବଲିଉଡର ପ୍ରଥମ ଅଭିନେତା ଯାହାଙ୍କ ୪ଟି ଫିଲ୍ମ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ଏହି ଫିଲ୍ମଗୁଡ଼ିକ ହେଉଛି,ବଜରଙ୍ଗୀ ଭାଇଜାନ, କିକ୍, ସୁଲତାନ ଓ ପ୍ରେମ ରତନ ଧନ ପାୟୋ।
ନିଜ ଫିଲ୍ମରୁ ପ୍ରଚୁର ରୋଜଗାର କରୁଥିବା ଭାଇଜାନ ଅନ୍ୟମାନଙ୍କୁ ସହାୟତା କରିବାକୁ ୨୦୦୭ ମସିହାରେ ‘ବିଇଙ୍ଗ ହ୍ୟୁମାନ’ ଅର୍ଗାନାଇଜେସନ ଆରମ୍ଭ କରିଥିଲେ। ନିଜ ଏନଜିଓ ଦ୍ୱାରା ସେ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ସହାୟତା କରିଥାନ୍ତି। ଏ ଯାବତ ସେ ୭ଶହରୁ ଅଧିକ ହାର୍ଟ ସର୍ଜରୀର ଖର୍ଚ୍ଚ ଉଠାଇ ସାରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kjGixTs
No comments:
Post a Comment