ପୁଣି ବିପଦ ସାଜିଲା ବୋରୱେଲ୍ ଗାତ । ଶୀତୁଆ ରାତିରେ ୩୦ ଫୁଟ୍ ଗଭୀର ଗର୍ତ୍ତ ଭିତରେ ଦୀର୍ଘ ୯ ଘଣ୍ଟା ଧରି ଫସିରହିଲା ୫ ବର୍ଷର ଶିଶୁକନ୍ୟା। ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ା ଗାଁରେ ଗତକାଲି ଘଟିଥିଲା ଏପରି ଏକ ଅଘଟଣ । ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ବିଳମ୍ବିତ ରାତି ଯାଏଁ ଚାଲିଥିଲା ରେସ୍କ୍ୟୁ ଅପରେସନ ।
ସୂଚନା ଅନୁସାରେ, ୫ ବର୍ଷୀୟା ନାବାଳିକା ମାହି ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘର ନିକଟରେ ଖେଲୁଥିଲା। ଉକ୍ତ ସମୟରେ ଅସାବଧାନତାବଶଃତ ପିଲାଟି ଏକ ୩୦ ଫୁଟ ଗଭୀର ବୋରୱେଲ ଗର୍ତ୍ତ ଭିତରେ ଖସିପଡ଼ିଥିଲା ।
ଏ ସମ୍ପର୍କରେ ଖବର ପାଇ ତତ୍କାଳ SDRF ଓ NDRF ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନିକ ଟିମ୍ ମଧ୍ୟ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ।
ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ରାତି ପ୍ରାୟ ଅଢେଇଟାରେ ମାହି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା । ଏହାପରେ ତତ୍କ୍ଷଣାତ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତା’ର ସମସ୍ତ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା। ପିଲାଟି ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ମାହିକୁ ଫେରି ପାଇ ପରିବାରରେ ହସଖୁସିର ବାତାବରଣ ଖେଳି ଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/V7dRZex
No comments:
Post a Comment