ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 19, 2023

ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ

ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ପୋଦାର କଲୋନୀରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। ଲୁଟ୍‌ ଉଦ୍ଦେଶ୍ୟରେ ଜଣେ ଦୁର୍ବୃତ୍ତ ଡାଲି ଗୁଳିମାଡ଼ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡାଲି ବ୍ୟବସାୟୀ। ପୁଲିସ ଗୋଟିଏ ଖୋକା ଜବତ କରିଛି।

ସୂଚନା ଅନୁସାରେ, ପୋଦାର କଲୋନୀର ମୁକେଶ ଜୈନ ନାମକ ଜଣେ ଡାଲି ବ୍ୟବସାୟୀ ଗତକାଲି ବିଳମ୍ବିତ ରାତିରେ ଗୋଦାମ ବନ୍ଦ କରି ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଘର ସାମ୍ନାରେ ଜଣେ ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟାଗକୁ ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥିଲା। ଏନେଇ ଡାଲି ବ୍ୟବସାୟୀ ଓ ଦୁ‍ର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କୁ ଦେଖି ଦୁ‍ର୍ବୃତ୍ତ ଜଣଙ୍କ  ବ୍ୟବସାୟୀଙ୍କ ଉପରକୁ ଗୋଟିଏ ରାଉଣ୍ଡ୍ ଫାୟାରିଂ କରିଥିଲେ। ପରେ ସେଠାରେ ଦୌଡ଼ି ପଳାଇଥିଲା। ହେଲେ ବ୍ୟବସାୟୀଙ୍କ ଉପରେ ଗୁଳିଟି ବାଜି ନଥିଲା।

ଖବର ପାଇ ସମ୍ବଲପୁର ଅତିରିକ୍ତ SP ଓ SDPOଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତ ଜଣଙ୍କ ଲୁଟ୍ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/naS4fDp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages