ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 12, 2024

ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ

ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ। ପୂରଣ ହେବ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ। ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡ଼ିବ ଟ୍ରେନ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଟ୍ରେନଟି ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ୱର ଯିବା ଆସିବା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରିବାସୀଙ୍କ ସ୍ୱପ୍ନ ଆଜି ସାକାର ହୋଇଛି। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଏହି ଟ୍ରେନରେ ସ୍କୁଲ କଲେଜ ପିଲା ବାଲେଶ୍ୱର ପାଠ ପଢ଼ିବାକୁ ଯାଇ ପୁଣି ଘରକୁ ଫେରି ପାରିବେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BIsnRwN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages