ପିକନିକ୍‌ ଯାଉଥିଲେ ୫୦ ଛାତ୍ରଛାତ୍ରୀ; ପିଟି ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 26, 2024

ପିକନିକ୍‌ ଯାଉଥିଲେ ୫୦ ଛାତ୍ରଛାତ୍ରୀ; ପିଟି ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ପିକନିକ୍ ଯିବା ହେଲା କାଳ। ଟ୍ରକ ସହ ବସ୍‌ର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୩ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଗତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବଲାଙ୍ଗିର ଜିଲ୍ଲା ହରିଶଙ୍କରକୁ ଯାଉଥିଲେ। ତେବେ ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ବସ୍‌ଟି ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା।   ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଛାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ଘର ଦଶପଲ୍ଲାରେ ଓ ଅନ୍ୟ ଜଣଙ୍କ ଘର କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ ବୋଲି ଜଣାଯାଇଛି। 

୧୧ ଗୁରୁତରଙ୍କ ମଧ୍ୟରୁ ୪ ଜଣ ଦଶପଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ନୟାଗଡ଼ ଏସପି ରାହୁଲ ଜୈନ ମେଡିକାଲ ଯାଇ ଆହତ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wlL3K2z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages