ଆଜିଠୁ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 7, 2024

ଆଜିଠୁ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଆରମ୍ଭ

ଆଜିଠାରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସକାଳ ୬ଟାରୁ ଗଣନାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ଏଥିପାଇଁ ଡ୍ୟାମର ୫ଶହ ବର୍ଗ କିଲୋମିଟର ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇଛି।

ପକ୍ଷୀ ଗଣନାରେ ମୋଟ ୩୨ଟି ଟିମ୍‌ ନିୟୋଜିତ ହୋଇଥିବା ବେଳେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍‌ରେ ସାମିଲ ହୋଇଛନ୍ତି। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡାର ବନ ବିଭାଗ ମଧ୍ୟ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ସୂଚନା ଦେଇଛନ୍ତି।  

ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ପକ୍ଷୀ ଗଣନା ହେବ ।                  



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Gofu5kY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages