ଆଜିଠୁ ପ୍ରାଣ ପ୍ରତିଷ୍ଠା ରୀତିନୀତି; ୧୮ରେ ସ୍ଥାପିତ ହେବେ ରାମଲଲ୍ଲାଙ୍କ ପ୍ରତିମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 15, 2024

ଆଜିଠୁ ପ୍ରାଣ ପ୍ରତିଷ୍ଠା ରୀତିନୀତି; ୧୮ରେ ସ୍ଥାପିତ ହେବେ ରାମଲଲ୍ଲାଙ୍କ ପ୍ରତିମା

ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ଅଯୋଧ୍ୟା। ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ରାମ ଲୀଳାରେ ଉବୁଟୁବୁ ହେଉଛନ୍ତି ସମଗ୍ର ଦେଶବାସୀ। ପାଖେଇ ଆସିଲାଣି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୨ରେ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହେବ ।  ଏହାର ୫ ଦିନ ପୂର୍ବରୁ ଅର୍ଥାତ ଆଜିଠୁ ଅଯୋଧ୍ୟାରେ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେଉଛି।

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି। ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ।

ଜାନୁଆରୀ ୧୮ ତାରିଖ ସଂଧ୍ୟାରେ ତୀର୍ଥ ପୂଜନ, ଜଳଯାତ୍ରା, ଜଳାଧିବାସ ଓ ଗନ୍ଧାଧିବାସ ରୀତିନୀତି ରହିଛି। ଜାନୁଆରୀ ୧୯ ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି।

ସେହିପରି ଜାନୁଆରୀ ୨୦ ତାରିଖ ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି। ଏହା ପରଦିନ ୨୧ ଜାନୁଆରୀ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି। ୧୮ ତାରିଖରେ ଦେଢ଼ଶହରୁ ୨ ଶହ କିଲୋଗ୍ରାମ ଓଜନର ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବାଜିବ ଓଡ଼ିଶାର ମର୍ଦ୍ଦଳ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚଂପତ ରାୟ। ଏଥିଲାଗି ଶ୍ରେଷ୍ଠ ମର୍ଦ୍ଦଳ ବାଦକଙ୍କୁ ଚୟନ କରାଯାଇଛି। ମର୍ଦ୍ଦଳ ବାଦ୍ୟରେ କଂପିବ ମନ୍ଦିର ପରିସର।

କେବଳ ମର୍ଦ୍ଦଳ ନୁହେଁ, କର୍ଣ୍ଣାଟକର ବୀଣା, ମଧ୍ୟପ୍ରଦେଶର ସନ୍ତୁର, ଆସାମର ନଗାଡାର ଧୁନ୍ ବି ଶୁଣିବାକୁ ମିଳିବ ଭବ୍ୟ କାର୍ଯ୍ୟକ୍ରମରେ। ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ କାର୍ଯ୍ୟକ୍ରମକୁ ଭବ୍ୟ କରିବାକୁ ଜୋରଦାର ପ୍ରୟାସ କରାଯାଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oin0EXl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages