୨୯ ଜାନୁଆରୀ, ସୋମବାର: କର୍ମକ୍ଷେତ୍ରରେ କେହି ଆପଣଙ୍କୁ ଈର୍ଷା କରିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 28, 2024

୨୯ ଜାନୁଆରୀ, ସୋମବାର: କର୍ମକ୍ଷେତ୍ରରେ କେହି ଆପଣଙ୍କୁ ଈର୍ଷା କରିପାରନ୍ତି

ମେଷ: ଦୁଃଖୀ ଲୋକଙ୍କ ସାହାରା ହେବେ। ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରକାର ସୁବିଧା ପାଇବେ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ତାର ସମାଧାନ କରିବେ।

ବୃଷ: ମାନସମ୍ମାନ ବୃଦ୍ଧି ହେବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମି ପାଇଁ ମାଲିମକଦ୍ଦମାର ଅବସାନ ହେବ। ସୁଖଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ।

ମିଥୁନ: ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରିପାରିବେ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ସହ ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯା’ଆସ କରନ୍ତୁ। 

କର୍କଟ: ସହକର୍ମୀମାନଙ୍କ ସହ ଥିବା ଶତ୍ରୁତାର ଅବସାନ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। କୌଣସି କାମପ୍ରତି ମନ ଲାଗିବ ନାହିଁ। 

ସିଂହ: ସୁସ୍ଥ ରହିବେ। ମନ ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଜୀବନ ସାଥୀଙ୍କ ସହ ଥିବା ଭୁଲ ବୁଝାମଣା ଦୂର ହୋଇଯିବ। 

କନ୍ୟା: ଆର୍ଥିକ ସଙ୍କଟ ଦୂରେଇ ଯିବ। ଋଣ ପରିଶୋଧ କରିବେ। ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ସହଜରେ ହୋଇଯିବ। ଉପରିସ୍ଥ କର୍ମଚାରୀ ମାନଙ୍କର ସହଯୋଗ ଓ ପ୍ରେରଣାରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ।

ତୁଳା: ବ୍ୟବସାୟରେ ଭଲ ଲାଭ ପାଇବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ସାମାଜିକ କାର୍ଯ୍ୟରେ ପ୍ରଶଂସିତ ହେବେ। 

ବିଛା: କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇପାରନ୍ତି। କୋର୍ଟ କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ। ବନ୍ଧୁମିଳନ ହେତୁ ମନଖୁସି ରହିବ।

ଧନୁ: ଆୟ ବଢ଼ିବ। କର୍ମକ୍ଷେତ୍ରରେ କେହି ଆପଣଙ୍କୁ ଈର୍ଷା କରିପାରନ୍ତି। ସେହିଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିବେ।

ମକର: ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ଘରେ ଥିବା ସମସ୍ୟାର ସମାଧାନ କରିପାରିବେ। ପରକଥାରେ ପଡ଼ି ବନ୍ଧୁଙ୍କ ସହ କଳହ ସୃଷ୍ଟି ହୋଇପାରେ। ରାସ୍ତାରେ ଯିବାଆସିବା କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ବ୍ୟବସାୟରେ ଭଲ ଲାଭ ମିଳିବ। ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ସହଜରେ ହୋଇଯିବ। 

ମୀନ: କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର କାର୍ଯ୍ୟ ହାସଲ କରିନେବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ। ଜାଗା, ଜମି ଓ ଦାମୀ ଗାଡ଼ି ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିବେ। 
 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/uVk9Kc5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages