ବିଜେପି-ଆରଏସ୍‌ଏସ୍‌କୁ କାଉଣ୍ଟର୍‌ କରିବାକୁ କଂଗ୍ରେସ୍‌ର ନୂଆ ଅଭିଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ବିଜେପି-ଆରଏସ୍‌ଏସ୍‌କୁ କାଉଣ୍ଟର୍‌ କରିବାକୁ କଂଗ୍ରେସ୍‌ର ନୂଆ ଅଭିଯାନ

Seva_Dalla

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଓ ଏହା ପୂର୍ବରୁ ୩ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଆରଏସ୍‌ଏସ୍‌କୁ କାଉଣ୍ଟର୍‌ କରିବାକୁ କଂଗ୍ରେସ୍‌ ସଜବାଜ ଆରମ୍ଭ କରି ଦେଇଛି। କଂଗ୍ରେସ୍‌ର ‘ସେବା ଦଳ’ ବିଜେପିର ରାଷ୍ଟ୍ରବାଦ ଓ ରାଷ୍ଟ୍ରବାଦୀ ବିଚାରକୁ କାଉଣ୍ଟର୍‌ କରିବାକୁ ଆସନ୍ତା ମାସ ସବୁ ରାଜ୍ୟରେ ‘ତ୍ରିରଙ୍ଗା ମାର୍ଚ୍ଚ’ ବାହାର କରିବ ବୋଲି କହିଛି। ଭାରତଛାଡ଼ ଆନ୍ଦୋଳନର ୭୬ ବର୍ଷ ପୂରଣ ଅବସରରେ ଅଗଷ୍ଟ ୯ ତାରିଖରେ ସମସ୍ତ ୨୯ ରାଜ୍ୟର ରାଜଧାନୀ ଓ ବଡ଼ ସହରରେ ଏହି ତ୍ରିରଙ୍ଗା ମାର୍ଚ୍ଚ ଦଳ ପକ୍ଷରୁ ବାହାର କରାଯିବ। ସେବା ଦଳର ମୁଖ୍ୟ ସଂଗଠକ ଲାଲଜୀ ଭାଇ ଦେଶାଇ ଏହାର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରୁ ଏହାର ଶୁଭାରମ୍ଭ କରାଯିବ।

ଦେଶାଇ କହିଛନ୍ତି, “୭୬ ବର୍ଷ ପୂର୍ବେ ଇଂଗ୍ରେଜ୍‌ଙ୍କ Divide and rule ନୀତି ବିରୋଧରେ ସ୍ୱର ଉଠିଥିଲା। ଆଜି ପୁଣି ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ଆମେ ତ୍ରିରଙ୍ଗା ମାର୍ଚ୍ଚ ବାହାର କରିବାକୁ ନିଷ୍ପତ୍ତି ନେଇଛୁ। କାରଣ ସେମାନଙ୍କ (ବିଜେପି) ସତ୍ୟ କ’ଣ, ଲୋକେ ଜାଣିପାରିବେ।”

ସେ ଆହୁରି କହିଛନ୍ତି, “ଏହା ଜରିଆରେ ଆମ କର୍ମୀ ଜନତାଙ୍କ ପାଖକୁ ଯାଇ ବୁଝାଇବେ ପ୍ରକୃତ ରାଷ୍ଟ୍ରବାଦ ଏବଂ ତ୍ରିରଙ୍ଗା ହିଁ ଏ ଦେଶରେ ଚାଲିବ। ଶୋଭାଯାତ୍ରା ସହ ସହରର ଗୋଟିଏ ସ୍ଥାନରେ ସଭା କରାଯିବ। ସେଠାରେ ସେବାଦଳର ଅଧିକାରୀମାନେ ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମର ଇତିହାସ, ଗାନ୍ଧି-ନେହରୁଙ୍କ ବିଚାରଧାରା ଓ ବର୍ତ୍ତମାନ ସମୟରେ ଦେଶ ଆଗରେ ଛିଡ଼ା ହୋଇଥିବା ସମସ୍ୟା ବିଷୟରେ ବୁଝାଇବେ।”

ଏହି ଶୋଭାଯାତ୍ରାର ଆଗାମୀ ନିର୍ବାଚନ ସହ କିଛି ସମ୍ପର୍କ ଅଛିକି ବୋଲି ପଚରା ଯିବାରୁ ଦେଶାଇ କହିଥିଲେ, “ନିଶ୍ଚିତ ଭାବେ ସମ୍ପର୍କ ଅଛି। ନିର୍ବାଚନ ପୂର୍ବରୁ ଦେଶର ଲୋକେ ଜାଣିବା ଦରକାର ସେମାନଙ୍କୁ ଧର୍ମ ଓ ଜାତି ନାଁରେ କେମିତି ଭାଗ ଭାଗ କରାଯାଉଛି।”



from OdishaReporter https://ift.tt/2vax6CM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages