ଦିଲ୍ଲୀ ପାଇଁ ରକ୍ଷା କବଚ ସାଜିବ NASAMS; ଭେଦ କରିପାରିବନି ଶତ୍ରୁର ବାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଦିଲ୍ଲୀ ପାଇଁ ରକ୍ଷା କବଚ ସାଜିବ NASAMS; ଭେଦ କରିପାରିବନି ଶତ୍ରୁର ବାଣ

delhi

ନୂଆଦିଲ୍ଲୀ: ୱାଶିଂଟନ୍‌ ଓ ମସ୍କୋ ପରି ରାଜଧାନୀ ନୂଆଦିଲ୍ଲୀକୁ ବି ମିସାଇଲ୍‌ ରକ୍ଷା କବଚରେ ଢାଙ୍କି ଦିଆଯିବ। ଶତ୍ରୁ ପକ୍ଷର କୌଣସି ମିସାଇଲ୍‌, ଡ୍ରୋନ୍‌ ଓ ବିମାନ ଦିଲ୍ଲୀ ଆକାଶରେ ପ୍ରବେଶ କରିପାବେ ନାହିଁ କି କ୍ଷତି ପହଞ୍ଚାଇ ପାରିବେ ନାହିଁ। ଯଦି କେହି ଏମିତି ଦୁଃସାହସ କରେ ଆକାଶରେ ହିଁ ତାକୁ ଉଡ଼ାଇ ଦିଆଯିବ। ଏଥିପାଇଁ ଭାରତ ସରକାର ‘National Advanced Surface-to-Air Missile System-2’ (NASAMS-II)କୁ କିଣିବେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଆମେରିକା ପାଖରୁ NASAMS-II କିଣା ଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ଭାରତକୁ ୧ ବିଲିୟନ ଡଲାର୍‌ ଖର୍ଚ୍ଚ କରିବାକୁ ପଡ଼ିବ।

ନୂଆ ସୁରକ୍ଷା ବ୍ୟବସ୍ଥାକୁ ଲାଗୁ କରିବାକୁ ପୁରୁଣା ସୁରକ୍ଷା ବ୍ୟବସ୍ଥାକୁ ହଟାଇବାକୁ ପଡ଼ିବ। ଭିଆଇପି ନୋ ଫ୍ଲାଇଙ୍ଗ ଜୋନ୍‌ରେ ଶତ୍ରୁ ବିମାନକୁ ଦେଖିବା ମାତ୍ରେ ଖସାଇ ଦିଆଯିବ। ଏହାସହ ଏୟାର ଡିଫେନ୍ସ ପ୍ଲାନ୍‌ରେ ଆସୁଥିବା ଭିଆଇପି-୮୯ କ୍ଷେତ୍ର ପରି ପୂରା ଦିଲ୍ଲୀକୁ ସିଲ୍‌ କରାଯିବାକୁ ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ,  ଭିଆଇପି-୮୯ କ୍ଷେତ୍ରରେ ରାଷ୍ଟ୍ରପତି ଭବନ, ସଂସଦ, ନର୍ଥ ଓ ସାଉଥ୍‌ ବ୍ଲକ୍‌ ଆସିଥାଏ। ସେହିପରି ଶତ୍ରୁ ପକ୍ଷରୁ ବିମାନକୁ ଆକ୍ରମଣ କରି ନଷ୍ଟ କରିବାକୁ ନିଆଯାଉଥିବା ସମୟ ଅବଧିକୁ ମଧ୍ୟ କମାଇ ଦେବାକୁ ବୈଠକରେ ଆଲୋଚନା ହୋଇଥିଲା।

missileକ’ଣ ଏହି NASAMS ?

NASAMS ହେଉଛି ଏକ ସୁରକ୍ଷା କବଚ। ଏଥିରେ ତିନି ଦିଗରେ ଲକ୍ଷ୍ୟ ଭେଦ କରିପାରୁଥିବା Sentinel Radar, Short and Medium Range Missiles, Launcher, Fire Distribution Centers ଓ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍‌ ୟୁନିଟ୍‌ ରହିଥାଏ। ଶତ୍ରୁ ଆକାଶ ପଥରେ ଆକ୍ରମଣ କଲେ ଏହା ସଙ୍ଗେ ସଙ୍ଗେ ତାକୁ ଟ୍ରାକ୍‌ କରିବା ସହ ଆକାଶରେ ହିଁ ଉଡ଼ାଇ ଦେଇଥାଏ। କେବଳ ଆମେରିକା ଓ ଋଷିଆ ନିଜ ରାଜଧାନୀର ସୁରକ୍ଷା ପାଇଁ ଏହି ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରୁଛନ୍ତି।

ସୂଚନାଯୋଗ୍ୟ, ଡିଆରଡିଏ ଏବେ ଦ୍ୱିସ୍ତରୀୟ ବାଲେଷ୍ଟିକ୍‌ ମିସାଇଲ୍‌ ରକ୍ଷା (ବିଏମ୍‌ଡି) ପ୍ରଣାଳୀ ବିକଶିତ କରୁଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡିଆରଡିଏର ଏହି ଉଦ୍ୟମ ସଫଳ ହୋଇଗଲେ ପରମାଣୁ ବୋମା ସଂଯୁକ୍ତ ମିସାଇଲ୍‌କୁ ଟ୍ରାକ୍‌ କରି ନଷ୍ଟ କରିହେବ। ଡିଆରଡିଏର ଏହି ଉଦ୍ୟମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଆମେରିକା ପାଖରୁ NASAMS ଆଣିବା ଭାରତ ସରକାରଙ୍କ ପାଇଁ ବହୁ ଗୁରୁତ୍ୱ ବହନ କରୁଛି।



from OdishaReporter https://ift.tt/2LJdzE0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages