୩୪ ବର୍ଷ ହେଲାଣି ମହେଶଙ୍କ ଋଣ ଶୁଝି ପାରୁ ନାହାନ୍ତି ଅନୁପମ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

୩୪ ବର୍ଷ ହେଲାଣି ମହେଶଙ୍କ ଋଣ ଶୁଝି ପାରୁ ନାହାନ୍ତି ଅନୁପମ୍‌!

anu

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ଅଭିନେତା ଅନୁପମ୍‌ ଖେର୍‌ ଖୁବ୍‌ ଭଲ ସାଙ୍ଗ। ସେମାନଙ୍କ ବନ୍ଧୁତା ସଂପର୍କରେ ପୂରା ବଲିଉଡ୍ ଜାଣିଛି। କିନ୍ତୁ ଆପଣ ଜାଣିଛନ୍ତି କି, ଅନୁପମ୍ ୩୪ ବର୍ଷ ହେଲାଣି ମହେଶଙ୍କ ଋଣ ଶୁଝି ପାରୁ ନାହାନ୍ତି। ଏବେ ପୂରା ଘଟଣା ଜାଣିବାକୁ ଆପଣଙ୍କର ନିଶ୍ଚୟ ଇଚ୍ଛା ହେବଣି! ତା’ହେଲେ ପଢ଼ନ୍ତୁ ଘଟଣାଟି କ’ଣ।

କଥା ହେଉଛି ମହେଶ ଭଟ୍ଟ ‘ସାରାଂଶ’ ଫିଲ୍ମରେ ଅନୁପମ୍‌ଙ୍କୁ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ। ଏଥିରେ ଅନୁପମ୍‌ ଖୁବ୍ ସୁନ୍ଦର ଅଭିନୟ କରିଥିଲେ। ସମସ୍ତେ ପ୍ରଶଂସା କରିଥିଲେ। ସେବେଠାରୁ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ। ‘ସାରାଂଶ’ ପରଠୁ ମହେଶ ଭଟ୍ଟଙ୍କୁ ଅନୁପମ୍ ନିଜ ଗୁରୁ ଭାବେ ମାନି ଆସୁଛନ୍ତି। ସେହି ସମୟରୁ ଅନୁପମ୍ ନିଜେ କରିଥିବା ଏକ ନିୟମକୁ ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି। ସେହି ନିୟମ ଅନୁସାରେ ଯେକୌଣସି ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିବା ପୂର୍ବରୁ ସେ ମହେଶ ଭଟ୍ଟଙ୍କୁ  ଗୁରୁ ଦକ୍ଷିଣା ଆକାରରେ କିଛି ଟଙ୍କା ଦିଅନ୍ତି। ଏହା ସହିତ ଯେତେବେଳେ ବି ସେ ମହେଶଙ୍କ ଘରକୁ ଯାଆନ୍ତି ତାଙ୍କ ପାଇଁ କିଛି ନା କିଛି ଉପହାର ନେଇ ଯାଆନ୍ତି। ଯେକୌଣସି ବଡ଼ ଫିଲ୍ମ ସାଇନ୍ କରିବା ପୂର୍ବରୁ ଅନୁପମ୍‌ ତାଙ୍କୁ ନିଶ୍ଚିତ ଜଣାନ୍ତି। ଅନୁପମ୍‌ ତାଙ୍କ ଟକ୍‌ ଶୋ ‘କୁଛ୍‌ଭି ହୋ ସକ୍‌ତା ହୈ’ରେ ନିଜେ ଏ ବିଷୟରେ କହିଥିଲେ।

ଅନୁପମ୍‌ଙ୍କ କ୍ୟାରିଅର ଗଢ଼ିଥିଲେ ମହେଶ: ଅନୁପମ୍‌ଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ହୋଇଗଲା। ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା ‘ସାରାଂଶ’। ୧୯୮୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଯୁବକ ଅନୁପମ୍‌ ଖେର୍‌ ୬୫ ବର୍ଷର ବୃଦ୍ଧ ଭୂମିକାରେ ଅଭିନୟ କରିଥିଲେ। ପ୍ରଥମେ ସେ ଭାବିଥିଲି ଯେ ଏହା ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍‌ ନିଷ୍ପତ୍ତି ହୋଇପାରେ। କିନ୍ତୁ ସେହି ଚରିତ୍ର ତାଙ୍କ ପାଇଁ ମାଇଲ୍‌ଷ୍ଟୋନ୍‌ ସାବ୍ୟସ୍ତ ହୋଇଥିଲା। ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଥିଲେ।

ପ୍ରଥମେ ରିଜେକ୍ଟ ହୋଇଥିଲେ ଅନୁପମ: ଫିଲ୍ମ ‘ସାରାଂଶ’ ପାଇଁ ଅଡିସନ୍‌ ଦେଲା ବେଳେ ଅନୁପମ୍‌ ଭାବିଥିଲେ ଯେ ଯଦି ତାଙ୍କୁ ଏହି ଫିଲ୍ମରେ କାମ ନ ମିଳିବ, ତା’ହେଲେ ସେ ଗାଁକୁ ପଳାଇବେ। କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖା ଥିଲା। ପ୍ରଥମେ ମହେଶ ତାଙ୍କୁ ରିଜେକ୍ଟ କରି ଦେଇଥିଲେ। ଫିଲ୍ମ ନ ମିଳିବା କାରଣରୁ ଅନୁପମ୍‌ ଖୁବ୍‌ ରାଗି ଯାଇଥିଲେ ଓ ତାଙ୍କ ଆଖି ଲାଲ୍‌ ହୋଇଯାଇଥିଲା। ସେ ସମୟରେ ମହେଶ ତାଙ୍କୁ ଦେଖି ଥିଲେ ଓ ଅନୁପମ୍‌ ହିଁ ସେହି ଚରିତ୍ରରେ ଅଭିନୟ କରିପାରିବେ ବୋଲି ତାଙ୍କର ବିଶ୍ୱାସ ହୋଇଥିଲା। ଏହାପରେ ଅନୁପମ୍‌ ‘ସାରାଂଶ’ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଥିଲେ।



from OdishaReporter https://ift.tt/2mI0hJN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages