
ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ଚାରିଛକଠାରେ ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା ଦାବି କରି ଆଜି ସିପିଆଇ ପକ୍ଷରୁ ହରଭଙ୍ଗା ବ୍ଲକ୍ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ସିପିଆଇର କର୍ମୀମାନେ ହରଭଙ୍ଗା, ପୁରୁଣାକଟକ, ମାଧପୁର, ଚାରିଛକ, ଛତ୍ରଙ୍ଗ ଓ ଲୁଣିବାହାଲ ଭଳି ପ୍ରମୁଖ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି। ସେହିପରି ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥର ମାଧପୁର ଓ ଚାରିଛକ-ଫୁଲବାଣୀ ରାସ୍ତାରେ ଯାନବାହନ ଅଟକାଇଛନ୍ତି। ବ୍ଲକ୍ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ କରି ଦେଇଛନ୍ତି।
ହରଭଙ୍ଗା ବ୍ଲକ୍ରେ ଏକ ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା କରିବା ପାଇଁ ଗତ ୨୦୧୭ ମସିହା ଅଗଷ୍ଟ ୨୦ ତାରିଖରେ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁ ତାହା ଆଜି ଯାଏ ହୋଇପାରିନାହିଁ। ଫଳରେ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଲୋକେ ୮୦ କିଲୋମିଟର ଦୂରକୁ ଯାଇ କୋର୍ଟ କାମ କରୁଛନ୍ତି। ତେଣୁ ତୁରନ୍ତ କୋର୍ଟ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିବା ସିପିଆଇ ନେତା ଅବକାଶ ସାହୁ କହିଛନ୍ତି।
from OdishaReporter https://ift.tt/2v6BaEp

No comments:
Post a Comment