
ବିଶାଖାପାଟନା: ବିଶାଖାପାଟଣାର ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ରୀ ଅଛନ୍ତି। ଏବେବି ୮ ଜଣ ନିଖୋଜ ଥିବା ଜଣାପଡିଛି। ଡଙ୍ଗାବୁଡ଼ି ପରେ ୨୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିଲେ।
ଗତକାଲି ମଧ୍ୟାହ୍ନରେ ଲୋକମାନେ ଏକ ଦେଶୀ ଡଙ୍ଗାରେ ପୂର୍ବ ଗୋଦାବରୀ ଜିଲ୍ଲା ଆଇ ପୋଲାଭରମ୍ରୁ ପଶୁଲଙ୍କା ଯାଉଥିବା ବେଳେ ଏକ ନିର୍ମାଣାଧୀନ ପୋଲକୁ ଧକ୍କା ଦେଇ ଏହା ବୁଡ଼ି ଯାଇଥିଲା। ନିଖୋଜଙ୍କୁ ଖୋଜିବାକୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
from OdishaReporter https://ift.tt/2uowOJc
No comments:
Post a Comment