ମୁଖ୍ୟମନ୍ତ୍ରୀ ହୋଇ ଖୁସି ନାହାଁନ୍ତି କୁମାରସ୍ୱାମୀ: କହିଲେ, ନୀଳକଣ୍ଠଙ୍କ ପରି ‘ବିଷ’ ପିଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ମୁଖ୍ୟମନ୍ତ୍ରୀ ହୋଇ ଖୁସି ନାହାଁନ୍ତି କୁମାରସ୍ୱାମୀ: କହିଲେ, ନୀଳକଣ୍ଠଙ୍କ ପରି ‘ବିଷ’ ପିଉଛି

kumarswamy

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ୍‌-କଂଗ୍ରେସ୍‌ ମେଣ୍ଟ ସରକାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀଙ୍କ ପାଇଁ ବୋଝ ହେବାରେ ଲାଗିଛି। ଶନିବାର ଏକ କାର୍ଯ୍ୟକ୍ରମରେ ସେ ଦେଇଥିବା ଭାଷଣରୁ ଏହା ସ୍ପଷ୍ଟ ହୋଇଯାଇଛି।

କୃଷକଙ୍କୁ ଋଣ ଛାଡ଼ କରିଥିବାରୁ ଗତକାଲି କୁମାରସ୍ୱାମୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସେ କହିଥିଲେ,“ନିର୍ବାଚନ ପୂର୍ବରୁ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲି। ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲି। ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣମାନେ ଖୁସି ଅଛନ୍ତି। ହେଲେ ମୁଁ ଖୁସି ନାହିଁ। ମୁଁ ଭଗବାନ ନୀଳକଣ୍ଠଙ୍କ ପରି ବିଷ ପିଉଛି।”

ସେ ଆହୁରି କହିଥିଲେ,“ମୁଁ ଚାହିଁଲେ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇପାରେ। ଯେଉଁଆଡ଼େ ଯାଉଛି ଲୋକେ ମୋତେ ସ୍ୱାଗତ କରୁଛନ୍ତି ଓ କୃଷକଙ୍କ ଋଣ ଛାଡ଼କୁ ନେଇ ଖୁସିଥିବା କହୁଛନ୍ତି। ହେଲେ ମୋତେ ଦୁଃଖ ଲାଗୁଛି ଯେ ସେମାନେ ସେତେ ଭୋଟ୍‌ ଦେଲେ ନାହିଁ, ଯାହା ଦ୍ୱାରା ମୋ ଦଳକୁ ବହୁମତ ମିଳି ପାରିଥାନ୍ତା। ବିରୋଧୀ ଟାର୍ଗେଟ୍‌ କରିବାକୁ ଅନାଇ ବସିଛନ୍ତି। ଏହାସତ୍ତ୍ୱେ ମୋ ସରକାର ନିଜ ପ୍ରତିଶ୍ରୁତି ପୂରଣ କଲା ଓ କୃଷକଙ୍କୁ ଋଣ ଛାଡ଼ କଲା।”



from OdishaReporter https://ift.tt/2mjQppa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages