ସମମ୍ବଲପୁରରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ଉବୁଟୁବୁ ହେଉଛି ପଶ୍ଚିମ ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ସମମ୍ବଲପୁରରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ଉବୁଟୁବୁ ହେଉଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷାର ତୃତୀୟ ଦିନରେ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମ ଓଡ଼ିଶା। ସମ୍ବଲପୁର ଜିଲ୍ଲାରେ ହୋଇଥିବା ବର୍ଷା ୩୬ ବର୍ଷର ରେକର୍ଡ ଭାଙ୍ଗିଛି। ଫଳରେ କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନ୍ୟ ଜିଲ୍ଲାରେ ବି ଅବସ୍ଥା ସାଂଘାତିକ।

floodସମ୍ବଲପୁରରେ ଗତ ତିନିଦିନ ଧରି ଦେଖିବାକୁ ମିଳିଛି ବର୍ଷାର ତାଣ୍ଡବ। ଭାସୁଛି ବୁର୍ଲା। ଘର ଭାଙ୍ଗିଛି, ଧସେଇ ପଶିଛି ଡ୍ରେନ୍ ପାଣି। ସମ୍ବଲପୁର ସହରର ମୋଦିପଡ଼ା, ହାଉସିଂ ବୋର୍ଡ କଲୋନୀ, ଏସ୍‌ଆର୍‌ଆଇଟି କଲୋନୀ ଏବଂ ଅଇଁଠାପାଲିରେ ପାଣି ପଶିଯାଇଛି। ଫଳରେ ବିପନ୍ନ ହୋଇପଡ଼ିଥିବା ଶତାଧିକ ଲୋକଙ୍କୁ ସହରର ୩୪ଟି ଆଶ୍ରୟ କେନ୍ଦ୍ରରେ ରଖାଯିବା ସହ ଉଭୟ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ସେହିପରି ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଗୋଶାଳା-କଳାମାଟି ଅଞ୍ଚଳରେ କେନାଲ୍‌ରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

floodବରଗଡ଼ରେ ବି ଅବସ୍ଥା ସଙ୍ଗିନ। କାହା ଘରେ ଆଣ୍ଠୁଏ ପାଣି ତ ଆଉ କେଉଁଠି ଭୁଶୁଡ଼ି ପଡ଼ିଛି ଘରର କାନ୍ଥ। ବର୍ଷା ପାଣି ନିଷ୍କାସନ ହୋଇପାରୁ ନଥିବାରୁ ତଳି ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗିବା ସହ ଘରେ ପାଣି ପଶିଛି। ବିପନ୍ନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବା ସହ ରନ୍ଧାଖାଦ୍ୟ ଦିଆଯାଉଛି।

ସୁବର୍ଣ୍ଣପୁର ବିନିକାରେ ବି ଭୟଙ୍କର ଅବସ୍ଥା। ଚୌକି ଯୋରରେ ପାଣି ବଢ଼ୁଥିବାରୁ ବିଭିନ୍ନ ଘାଇ ଦେଇ ଗାଁ ଭିତରକୁ ପାଣି ପଶୁଛି। ସୁବର୍ଣ୍ଣପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

floodଢେଙ୍କାନାଳ ଜିଲ୍ଲା ରାୟନରସିଂହପୁରରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବାଞ୍ଜମୁଣ୍ଡା ଗାଁରେ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ମାଆ ଓ ୩ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ବର୍ଷାଜନିତ ସ୍ଥିତିକୁ ଦେଖି ରବିବାର ସମସ୍ତ ସରକାରୀ ଅଫିସ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ୱେ କେଉଁଠି ତାଲା ଝୁଲୁଥିଲା ତ ଆଉ କେଉଁଠି ଅଧିକାରୀଙ୍କ ଦର୍ଶନ ମିଳି ନଥିଲା। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଜସ୍ୱ ବିଭାଗରେ ଅଧିକାଂଶ ଚେୟାର୍ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ତାଲା ଝୁଲୁଛି। ଆଉ କିଛି ଅଫିସ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା ଏଭଳି ଅବସ୍ଥା।

floodଅନ୍ୟପକ୍ଷରେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ କିଛି ଅଞ୍ଚଳ ଜଳମଗ୍ନ ହୋଇଛି ବୋଲି ସେ କହିଛନ୍ତି। ଗତକାଲି ଯେଉଁ ସବୁ ଜାଗାରେ ପ୍ରବଳ ବର୍ଷା ହୋଇଥିଲା, ସେ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଛି। ୧୯୮୨ ଅଗଷ୍ଟ ୧୯ରେ ବୁର୍ଲାରେ ହୋଇଥିବା ୫୮୧ ମିଲିମିଟର ବର୍ଷାର ରେକର୍ଡ ଭାଙ୍ଗି ଆଜି ସର୍ବାଧିକ ୬୨୨ ମିଲିମିଟର ବର୍ଷା ହୋଇଥିବା ସେ ସୂଚନା ଦେଇଛନ୍ତି।



from OdishaReporter https://ift.tt/2LCcv1f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages