କାବେରୀରେ ବୁଡ଼ିଗଲେ ୫: ୧୨ ଜିଲ୍ଲାରେ ବନ୍ୟା ଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

କାବେରୀରେ ବୁଡ଼ିଗଲେ ୫: ୧୨ ଜିଲ୍ଲାରେ ବନ୍ୟା ଆଲର୍ଟ

ଚେନ୍ନାଇ: ପ୍ରଶାସନର ସତର୍କ ସୂଚନାକୁ ଖାତିର ନ କରି କାବେରୀ ନଦୀରେ ଗାଧୋଇବା ବେଳେ ୫ ଜଣ ବୁଡ଼ି ଯାଇଛନ୍ତି। ତାମିଲନାଡୁର ସାଲେମ ଜିଲ୍ଲାରେ ଏଭଳି ଅଘଟଣା ଘଟିଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ସି ମୁରଗେସନ୍‌ କହିଛନ୍ତି, ରେଦିୟାରପାଲୟମ୍‌ଠାରେ ୬ ଜଣ କାବେରୀ ନଦୀରେ ଗାଧୋଉଥିଲେ। ଏହି ସ୍ଥାନଟି ମେତ୍ରୁ ଡ୍ୟାମ୍‌ଠାରୁ ୩ କିମି ଦୂର। ଏବେ ମେତ୍ରୁ ଡ୍ୟାମ୍‌ରୁ ପାଣି ଛଡ଼ା ଯାଉଥିବାରୁ ଲୋକଙ୍କୁ କାବେରୀ ନଦୀରେ ଗାଧୋଇବାକୁ ବାରଣ କରାଯାଇଥିଲା। କିନ୍ତୁ ୬ ଜଣ ଏହାକୁ ଖାତିର କରି ନଥିଲେ। ଗାଧୋଉ ଥିବା ବେଳେ ପ୍ରଥମେ ଜଣେ ୭ ବର୍ଷୀୟ ଶିଶୁ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟମାନେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଉଦ୍ଧାର ପାଇଁ ଯାଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।  ଅଗ୍ନିଶମ କର୍ମଚାରୀମାନେ କେବଳ ୧୮ ବର୍ଷୀୟ ଜି ଧନୁଶ୍ରୀଙ୍କୁ ଉଦ୍ଧାର କରିପାରିଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି। ଡ୍ୟାମ୍‌ରୁ ଏବେ ପାଣି ଛଡ଼ା ଯାଉଥିବାରୁ ଧର୍ମପୁରୀ, ସାଲେମ, ଇରୋଡ, ନାମକ୍କାଲ,କାରୁର,ତ୍ରିଚି, ଥାନଜାଭୁର, ଥିରୁଭାରୁର, ନାଗାପାଟ୍ଟିନମ୍, ପୋଡୁକୋଟ୍ଟିୟା ଓ ଆରିୟାଲୁରରେ ସାମ୍ଭାବ୍ୟ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏବେ ସମସ୍ତ ଡଙ୍ଗା ଚଳାଚଳକୁ ବନ୍ଦ ରଖାଯିବା ସହ ତଳିଆ ଅଞ୍ଚଳ ଲୋଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।



from OdishaReporter https://ift.tt/2Lhbqjx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages