ସ୍ୱୟଂ ଚନ୍ଦ୍ରମାଙ୍କ ଦ୍ୱାରା ପ୍ରତିଷ୍ଠିତ ଜ୍ୟୋର୍ତିଲିଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ସ୍ୱୟଂ ଚନ୍ଦ୍ରମାଙ୍କ ଦ୍ୱାରା ପ୍ରତିଷ୍ଠିତ ଜ୍ୟୋର୍ତିଲିଙ୍ଗ

ସୌରାଷ୍ଟ୍ର: ଭାରତର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବା ୧୨ ଟି ପ୍ରମୁଖ ଶୈବପୀଠ ମଧ୍ୟରେ ସୋମନାଥ ମନ୍ଦିରକୁ ସର୍ବପ୍ରଥମ ବୋଲି କୁହାଯାଏ। ଗୁଜରାଟ ସୌରାଷ୍ଟ୍ରରେ ବେରାୱଲ୍‌ ବନ୍ଦରଠାରେ ଥିବା ଏହି ମନ୍ଦିରରେ ପ୍ରତିଷ୍ଠିତ ଶିବଲିଙ୍ଗ  ସ୍ୱୟଂ ଚନ୍ଦ୍ର ନିର୍ମାଣ କରିଥିବା ରୁଗ୍‌ବେଦରେ ଉଲ୍ଲେଖ ରହିଛି।

ମନ୍ଦିରଟି ଅତ୍ୟନ୍ତ ବୈଭବଶାଳୀ ହୋଇଥିବାରୁ ଅତୀତରେ ଏହି ମନ୍ଦିରକୁ ଅନେକ ଥର ଆକ୍ରମଣ କରାଯାଇଛି। ମନ୍ଦିରଟି ଅନେକ ଥର ଭାଙ୍ଗିଛି ଓ ପୁନଃନିର୍ମିତ ହୋଇଛି। ଭାରତ ସ୍ୱାଧୀନ ହେବା ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏହାକୁ ପୁନଃନିର୍ମାଣ କରାଇଥିଲେ। ୧୯୯୫ରେ ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ୍ ଶର୍ମା ଏହାକୁ ଦେଶ ପାଇଁ ସମର୍ପିତ କରିଥିଲେ।

ପୌରାଣିକ କଥା: ସ୍କନ୍ଦ ପୁରାଣରେ ଅନୁସାରେ ଦକ୍ଷପ୍ରଜାପତିଙ୍କ ୨୭ ଜଣ ନକ୍ଷତ୍ର କନ୍ୟାଙ୍କୁ ବିବାହ କରିଥିଲେ ସୋମ(ଚନ୍ଦ୍ରଦେବ)। ତନ୍ମଧ୍ୟରୁ ରୋହିଣୀଙ୍କୁ ସେ ଅଧିକ ପ୍ରେମ କରୁଥିଲେ। ଅନ୍ୟ କନ୍ୟାମାନଙ୍କ ସହିତ ଅନ୍ୟାୟ ହେଉଥିବା ଦେଖି ଦକ୍ଷ କ୍ଷ୍ୟୁବ୍ଧ ହୋଇଯାଇଥିଲେ। ସେ ସୋମଦେବଙ୍କୁ ଅଭିଶାପ ଦେଇଥିଲେ। ପକ୍ଷପାତ କରୁଥିବାରୁ ଔଜଲ୍ୟତା କ୍ଷୀଣ ହୋଇଯିବ ବୋଲି ଅଭିଷାପ ପାଇଥିଲେ। ଏହାର ପ୍ରଭାବରେ ଚନ୍ଦ୍ରଙ୍କ କଳେବର କ୍ଷୀଣ ହେବାକୁ ଲାଗିଲା। ଭୟପାଇ ଚନ୍ଦ୍ରମା ମହାଦେବଙ୍କ ଶରଣାପନ୍ନ ହୁଅନ୍ତି। ମହାଦେବଙ୍କ ଲିଙ୍ଗ ସ୍ଥାପନ କରି ପୂଜା କରିବା ପରେ ଚନ୍ଦ୍ରଙ୍କୁ ଭଗବାନ ଶିବ ମଥାରେ ଧାରଣ କରିବାର ପ୍ରତିଶ୍ରୁତି ଦିଅନ୍ତି ଓ ରୋଗମୁକ୍ତ ହେବାକୁ କଲ୍ୟାଣ କରନ୍ତି। ଆଉ ଚନ୍ଦ୍ରମାଙ୍କ ଦ୍ୱାରା ସ୍ଥାପିତ ଲିଙ୍ଗ ସୋମନାଥ ଜ୍ୟୋର୍ତିଲିଙ୍ଗ ଭାବେ ପୂଜା ପାଆନ୍ତି। ସୋମଙ୍କ ନାମନୁସାରେ ଏହି ମନ୍ଦିରର ନାମ ସୋମନାଥ ମନ୍ଦିର ହୋଇଛି। ଦ୍ୱାପରରେ ଏହିଠାରେ ଭଗବାନ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିଥିବା ମଧ୍ୟ କୁହାଯାଏ। ଅନ୍ୟ ଅର୍ଥରେ ଏହାକୁ ପ୍ରଭାସତୀର୍ଥ ବା ପ୍ରଭାସପାଟଣ ନାମରେ ମଧ୍ୟ ପରିଚୟ ମିଳିଛି। ଚନ୍ଦ୍ର ଏହିଠାରେ ତାଙ୍କର ପ୍ରଭାସ ଅର୍ଥାତ୍‌ ତାଙ୍କର ଔଜଲ୍ୟ ଫେରି ପାଇଥିବାରୁ ଏହାକୁ ପ୍ରଭାସ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ।

ଇତିହାସ କ’ଣ କହେ: ଇତିହାସକାର କୁହନ୍ତି  ଖ୍ରୀଷ୍ଟ ଜନ୍ମ ପୂର୍ବରୁ ଏହି ମନ୍ଦିରର ଅସ୍ତିତ୍ୱ ଥିଲା। ସପ୍ତମ ଶତାବ୍ଦୀରେ ବଲ୍ଳଭୀର ମୈତ୍ରିକ ରାଜାମାନେ ମନ୍ଦିରର ଜିର୍ଣ୍ଣୋଦ୍ଧାର କରିଥିଲେ। ଅଷ୍ଟମ ଶତାବ୍ଦୀରେ ଆରବୀ ଶାସକ ଜୁନାୟଦ ଏହାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ୮୧୬ ଖ୍ରୀଷ୍ଟାବ୍ଦରେ ପ୍ରତିହାର ରାଜା ନାଗଭଟ୍ଟ ମନ୍ଦିରର ପୁନଃ ନିର୍ମାଣ କରିଥିଲେ।

ମାମୁଦ ଗଜନୀଙ୍କ ଆକ୍ରମଣ: ୧୦୨୪ରେ ମାମୁଦ ଗଜନୀ ୫ ହଜାର ସୈନୀକଙ୍କ ସହିତ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଯାହାଥିଲା ଭାରତ ଇତିହାସରେ ମନ୍ଦିର ଲୁଣ୍ଠନର ସବୁଠାରୁ ବଡ଼ ଘଟଣା। ଥରେ କି ୨ ଥର ନୁହେଁ ୧୭ ଥର ଆକ୍ରମଣ କରି ମନ୍ଦିରର ଧନରତ୍ନ ଲୁଣ୍ଠନ କରି ନେଇଥିଲେ ଗଜନୀ। ପ୍ରଥମ ଥର ଆକ୍ରମଣରେ ମନ୍ଦିରରେ ପ୍ରାର୍ଥନା କରୁଥିବା ୫ ହଜାର ଲୋକଙ୍କୁ ମଧ୍ୟ ଏହି ଯବନ ଆକ୍ରମଣକାରୀ ହତ୍ୟା କରିଥିଲେ। ତାଙ୍କ ପରେ ଅନ୍ୟ ମୋଗଲ ରାଜାମାନେ ମଧ୍ୟ ସୋମନାଥ ମନ୍ଦରି ଲୁଣ୍ଠନ କରିଛନ୍ତି।



from OdishaReporter https://ift.tt/2umVLUx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages