କୁଆଡ଼େ ଗଲା ଜଗନ୍ନାଥଙ୍କ ୪ କେଜିରୁ ଅଧିକ ସୁନା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

କୁଆଡ଼େ ଗଲା ଜଗନ୍ନାଥଙ୍କ ୪ କେଜିରୁ ଅଧିକ ସୁନା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ହୁଣ୍ଡିର ପ୍ରାୟ ୪ କେଜି ସୁନା ନ ମିଳିବା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥ ଓ ଆଇନ ସଚିବ, ସିବିଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି।

ଆବେଦନକାରୀ ଦର୍ଶାଇଛନ୍ତି ଯେ, ୧୯୮୩ ମସିହାରୁ ୨୦୧୮ ମଧ୍ୟରେ ହୁଣ୍ଡିରୁ ୧୮ କେଜି ୨୫୦ ଗ୍ରାମ ସୁନା ମିଳିଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏସ୍‌ବିଆଇ ଲକରରେ ରଖିଥିଲା ୧୪ କେଜି ୫୬୦ ଗ୍ରାମ ସୁନା। ବାକି ସୁନା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଆବେଦନକାରୀ। ଭିଜିଲାନ୍ସରେ ଅଭିଯୋଗ ପରେ ମଧ୍ୟ ଏଯାଏଁ ମାମଲା ରୁଜୁ ହୋଇନାହିଁ। ତେଣୁ ମାମଲା ରୁଜୁ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେବା ସହିତ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।



from OdishaReporter https://ift.tt/2NEF9QI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages