ମହିଳାଙ୍କୁ ଛେଚି ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ୍: ଏସ୍‌ପି କହିଲେ-ଝିଅକୁ ଦୁଷ୍କର୍ମ କରାଯାଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ମହିଳାଙ୍କୁ ଛେଚି ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ୍: ଏସ୍‌ପି କହିଲେ-ଝିଅକୁ ଦୁଷ୍କର୍ମ କରାଯାଇଛି

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ମହିଳାଙ୍କୁ ଛେଚି ହତ୍ୟା ଘଟଣା ଏକ ନୂଆ ମୋଡ଼ ନେଇଛି। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଓଟିଭିକୁ ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବେଡ୍ ଓ ସଂପୃକ୍ତ ରୁମ୍‌ରୁ ବାୟୋଲଜିକାଲ ସ୍ୟାମ୍ପଲ୍‌ ମିଳିଛି। ସ୍ୟାମ୍ପଲକୁ ପରୀକ୍ଷା ପାଇଁ ଫରେନ୍‌ସିକ୍ ଲ୍ୟାବ୍ ପଠାଯାଇଛି। ନିଖୋଜ ବାପାଙ୍କ ସନ୍ଧାନ କରିବାକୁ ପୁଲିସ୍‌ ଉଦ୍ୟମ କରୁଛି।”

ଗତକାଲି ତାଳସିଠା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗାଁର ରବି ବେହୁରିଆଙ୍କ ସ୍ତ୍ରୀ ଭକ୍ତିଲତା ବେହୁରିଆ(୫୫) ଙ୍କୁ ସେହି ଗାଁର ବବୁଆ ମହାନ୍ତି ନାମକ ଜଣେ ଯୁବକ ଶିଳପୁଆରେ ଛେଚି ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଭକ୍ତିଲତାଙ୍କ ସ୍ୱାମୀ ମଧ୍ୟ ନିଖୋଜ ଅଛନ୍ତି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ବବୁଆ ଓ ଭକ୍ତିଲତାଙ୍କ ସ୍ୱାମୀ ରବି ସାଙ୍ଗ ହୋଇ ଘରୁ ବାହାରକୁ ଯାଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍ ରବିଙ୍କ ଫୋନ୍‌ରୁ କଲ୍‌ ପାଇ ଭକ୍ତିଲତା ଘରର କବାଟ ଖୋଲିଥିଲେ। କବାଟ ଖୋଲିବା ମାତ୍ରେ ବବୁଆ ଏକ ଶିଳପୁଆରେ ତାଙ୍କୁ ଆକ୍ରମଣ କରିଥିଲା।

ଭକ୍ତିଲତାଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ଭୟଭୀତ ହୋଇ ଫୋନ୍‌ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବବୁଆ ସେ ଧରିଥିବା ଫୋନ୍‌କୁ ଫିଙ୍ଗି ଦେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା। ପରେ ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ।



from OdishaReporter https://ift.tt/2mTYoKg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages