
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପିଲାମାନଙ୍କୁ ପ୍ରଶିକ୍ଷିତ କରି ସେମାନଙ୍କୁ ରୋଜଗାରକ୍ଷମ କରାଯିବ। ଆଉ ତାଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ଖଣିଜସମ୍ପଦ ଓ ଜଳସମ୍ପଦ ଭରପୂର ରହିଛି। ତେଣୁ ଏହାର ସୁବିନିଯୋଗ ହେବା ଉଚିତ୍। ଆଜି ବାରଙ୍ଗ ଠାରେ ନ୍ୟାସ୍ନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ଏକବିଂଶ ଶତାଦ୍ଧୀକୁ ସାମ୍ନାରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏପରି ଏକ ଅତ୍ୟାଧୁନିକ ଇନଷ୍ଟିଚ୍ୟୁଟ୍ ଓଡିଶାରେ ଆରମ୍ଭ କରାଯାଇଛି। ଏହାଦ୍ୱାରା ଯେଉଁ ଶିକ୍ଷକମାନେ ଆଇଟିଆଇ ସହ ଅନ୍ୟାନ୍ୟ ଦକ୍ଷତା ପାଠ୍ୟକ୍ରମରେ ପାଠ ପଢାଉଛନ୍ତି ସେମାନଙ୍କୁ ଏଥିରେ ତାଲିମ ଦିଆଯିବ।
ଉନ୍ନତମାନର ହଷ୍ଟେଲ, ଲାଇବ୍ରେରୀ ଏଥିରେ ରହିବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏଠି ଯେଉଁ ଗୁରୁକୂଳର ଶିଳାନ୍ୟାସ କରାଗଲା ଏଠାରୁ ବିଶୁମହାରଣା ଓ ଧର୍ମପଦ ମାନେ ବାହାରିବେ। ସେମାନେ ଆମ ଅଂଚଳ ପାଇଁ ବୈଭବ ଆଣିଦେବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବାରଙ୍ଗ ଠାରେ ପ୍ରତିଷ୍ଟିତ ହେବାକୁ ଥିବା ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ୧୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ପ୍ରାୟ ୫ ଏକର ଜାଗାରେ ନିର୍ମାଣ ହେବ।
from OdishaReporter https://ift.tt/2JrPo7R
No comments:
Post a Comment