
ସୁରତ (ଓଡ଼ିଶା ରିପୋର୍ଟର): “ନବୀନ ସରକାର ମୁର୍ଦ୍ଦାବାଦ… ଆମ ଚିଟ୍ଫଣ୍ଡ ପଇସା କେବେ ମିଳିବ?” ଆଜି ଏପରି ସ୍ଲୋଗାନ୍ରେ ପ୍ରକମ୍ପିତ ହୋଇଥିଲା ସୁରତ ସହରର ରାସ୍ତା। ସୁରତ ଗସ୍ତ ସମୟରେ ଓଡ଼ିଶାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବିରୋଧ କରି ପ୍ରବାସୀ ଓଡ଼ିଆମାନେ ଏପରି ନାରାବାଜି ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇ ଦେଇଥିଲା।
ସୁରତରେ ରହୁଥିବା ଓଡ଼ିଆଙ୍କୁ ଭେଟିବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯାଇଥିଲେ। ତାଙ୍କ ସହିତ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଯାଇଥିଲେ। ମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ‘ଓସ୍କାର ଚିଟ୍ଫଣ୍ଡ୍’ ଠକାମୀର ଶିକାର ହୋଇଥିବା କ୍ଷତିଗ୍ରସ୍ତମାନେ ତାଙ୍କ ଗସ୍ତକୁ ବିରୋଧ କରିଥିଲେ।
ବିକ୍ଷୋଭକାରୀ ଭାଗିରଥୀ ବେହେରା କହିଛନ୍ତି- “ଓଡ଼ିଶାର ସବୁ ଚିଟ୍ଫଣ୍ଡ ସଂସ୍ଥା ସୁରତରେ ରହୁଥିବା ଗରିବ ଓଡ଼ିଆଙ୍କ ପାରିଶ୍ରମକୁ ଲୁଟି ନେଇଛନ୍ତି। ଏଥିରେ ଅର୍ଥମନ୍ତ୍ରୀଙ୍କର ବି ହାତ ରହିଛି। ସେଥିପାଇଁ ଆମେ ମନ୍ତ୍ରୀ ଓ ସାଂସଦଙ୍କ ଗସ୍ତକୁ ବିରୋଧ କରୁଛୁ। ଗରିବ ଓ ଖଟିଖିଆଙ୍କ ଅର୍ଥ ଫେରାନ୍ତୁ, ତା’ପରେ ସୁରତ ଆସନ୍ତୁ।”
ଶଶିଭୂଷଣ ବେହେରା କହିଛନ୍ତି- “ବିଜେଡି ସରକାରଙ୍କ ବିରୋଧରେ ଭୁଲ୍ ପ୍ରଚାର କରାଯାଉଛି। ଚିଟ୍ଫଣ୍ଡରେ କ୍ଷତିଗ୍ରସ୍ତକୁ ପଇସା ଫେରାଇବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥିରେ ଗରିବ କ୍ଷତିଗ୍ରସ୍ତମାନେ ଆଶ୍ୱସ୍ତି ପାଇଛନ୍ତି। ଆଜି ଯେଉଁମାନେ ବିରୋଧ କରୁଛନ୍ତି, ସେଥିରୁ ରାଜନୀତିର ଗନ୍ଧ ବାହାରୁଛି।”
from OdishaReporter https://ift.tt/2LIvJFX
No comments:
Post a Comment