ଏହି ଦୁଇ ଅଭିନେତାଙ୍କ ସହ ଲିଭ୍‌- ଇନ୍‌ରେ ରହୁଥିଲେ ଅଭିନେତ୍ରୀ ଆୟେଶା ଜୁଲ୍‌କା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଏହି ଦୁଇ ଅଭିନେତାଙ୍କ ସହ ଲିଭ୍‌- ଇନ୍‌ରେ ରହୁଥିଲେ ଅଭିନେତ୍ରୀ ଆୟେଶା ଜୁଲ୍‌କା!

ayesha

ମୁମ୍ବାଇ: ଆଜି ହେଉଛି ୯୦ ଦଶକର ଅଭିନେତ୍ରୀ ଆୟଶା ଜୁଲ୍‌କାଙ୍କ ଜନ୍ମଦିନ। ସେ ୧୯୭୨ ମସିହା ଜୁଲାଇ ୨୮ରେ ଶ୍ରୀନଗରରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୧ ବର୍ଷ ବୟସରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ୧୯୮୩ରେ ଆସିଥିବା ଫିଲ୍ମ ‘କୈସେ କୈସେ ଲୋଗ୍‌’ରେ ସେ ଡେବ୍ୟୁ କରିଥିଲେ। ସେ ନିଜ ୨୭ ବର୍ଷର ଫିଲ୍ମ କ୍ୟାରିଅର୍‌ରେ ୫୨ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତେବେ ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ଲଭ୍‌ଲାଇଫ୍‌ ବିଷୟରେ କିଛି ଇଣ୍ଟ୍‌ରେଷ୍ଟିଂ କଥା।

– ଆୟାଶା ଜୁଲ୍‌କାଙ୍କ ନାଁ ଅନେକ ବଡ଼ ବଡ଼ ଅଭିନେତାଙ୍କ ସହ ଯୋଡ଼ା ଯାଇଛି।  ଆୟେଶା ଅକ୍ଷୟ କୁମାରଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। ଯାହାକୁ  ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏହା ସହ ସେମାନଙ୍କ ଆଫାୟାର୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଥିଲା। କିନ୍ତୁ ଅକ୍ଷୟ ସେ ସମୟରେ ତାଙ୍କ ରିଲେସନ୍‌ଶିପ୍‌କୁ ନେଇ ବେଶି ସିରିୟସ୍‌ ନଥିଲେ। ସେଥିପାଇଁ ଅକ୍ଷୟଙ୍କ ସହ ଆୟେଶା ନିଜ ସମ୍ପର୍କକୁ ଶେଷ କରିଦେଇଥିଲେ।

– ୧୯୯୩ରେ ଆୟେଶା ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ସହ ‘ଦଲାଲ୍‌’ରେ ଅଭିନୟ କରିଥିଲେ। ଫିଲ୍ମରେ ଅଭିନୟ କରିବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ମଧ୍ୟ ଆରମ୍ଭ ହୋଇଯାଇଥିଲା। ଏମିତି ବି କୁହାଯାଉଥିଲା ଯେ ଦୁହେଁ ଲିଭ୍‌ ଇନ୍‌ ପାର୍ଟନର ଭାବେ ରହୁଥିଲେ। ଏହି ଫିଲ୍ମରେ ବହୁତ୍‌ ବୋଲ୍‌ଡ ସିନ୍‌ ଥିଲା। ଯେଉଁଥିପାଇଁ ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା।  ବୋଧହୁଏ ଏହି ଫିଲ୍ମ କରିବା ତାଙ୍କ ଜୀବନର ବହୁତ ବଡ଼ ଭୁଲ୍‌ ନିଷ୍ପତ୍ତି ଥିଲା। କାହିଁକିନା ଏହି ଫିଲ୍ମ ପରେ ତାଙ୍କ କ୍ୟାରିଅର୍‌ ପାଖାପାଖି ଶେଷ ହୋଇଯାଇଥିଲା।

– ପରେ ୨୦୦୩ରେ ଆୟେଶା ନାନା ପାଟେକରଙ୍କ ସହ ଫିଲ୍ମ ‘ଆଞ୍ଚ୍‌’ରେ ବୋଲ୍‌ଡ ସିନ୍‌ କରିଥିଲେ। ଫିଲ୍ମରେ ଆୟେଶା ଓ ନାନାଙ୍କ ମଧ୍ୟରେ ଇଣ୍ଟିମେଟ୍‌ ସିନ୍‌ ଦେଖିବାକୁ ମିଳିଥିଲା। ଏହା ପରେ  ଦୁହେଁ ପରସ୍ପରର ଖୁବ୍‌ ନିକଟତର ହୋଇଯାଇଥିଲେ। ଆଉ ଲିଭ୍‌-ଇନ୍‌ ରହିବାକୁ ଲାଗିଲେ। ସେ ସମୟରେ ନାନା ପାଟେକର ଓ ମନିଷା କୋଏରାଲାଙ୍କ ମଧ୍ୟରେ  ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହେଉଥିଲା।  କିନ୍ତୁ କୁହାଯାଏ, ଆୟେଶାଙ୍କ ପାଇଁ ମନିଷା ଓ  ନାନାଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। କିନ୍ତୁ ଆୟେଶା ଓ ନାନାଙ୍କ ମଧ୍ୟରେ ବି ସଂପର୍କ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥିଲା।

-୨୦୦୩ରେ ନାନାଙ୍କ ଠାରୁ ଅଲଗା ହେବା ପରେ ସେ ବ୍ୟବସାୟୀ ସମୀର ୱାସୀଙ୍କୁ ବିବାହ କରିଥିଲେ। ଏବେ ଦୁହିଁଙ୍କର ଗୋଟିଏ ଝିଅ ବି ଅଛି। ଫିଲ୍ମ ଦୁନିଆ ଛାଡ଼ିବା ପରେ ସେ ଏବେ ନିଜ ସ୍ୱାମୀଙ୍କ ସହ ବ୍ୟବସାୟ ସମ୍ଭାଳୁଛନ୍ତି।

– ଆୟେଶା ଫିଲ୍ମ ‘ଜୋ ଜିତା ୱହି ସିକନ୍ଦର’ରେ ଆମୀର ଖାନ୍‌ଙ୍କ ପିଲାଦିନର ସାଙ୍ଗ ଅଞ୍ଜଳି ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଚରିତ୍ର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତାଙ୍କର ହିଟ୍‌ ଫିଲ୍ମଗୁଡ଼ିକ ମଧ୍ୟରେ ‘ବଲ୍‌ମା’, ‘ରଙ୍ଗ୍‌’,‘ୱକ୍ତ ହମାରା ହୈ’ ଓ ‘ଦଲାଲ’ ଆଦି ସାମିଲ୍‌।

 

 

 



from OdishaReporter https://ift.tt/2K81dQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages