ଆଇଏସ୍‌ସି ଟପ୍ପରଙ୍କ ଇମେଲ୍‌ର ଏମିତି ଉତ୍ତର ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଆଇଏସ୍‌ସି ଟପ୍ପରଙ୍କ ଇମେଲ୍‌ର ଏମିତି ଉତ୍ତର ଦେଲେ ମୋଦି

khusi

ନୂଆଦିଲ୍ଲୀ: ୧୮ ଜୁଲାଇ, ବୁଧବାର। ଆଇଏସ୍‌ସି ଟପ୍ପର ସାକ୍ଷୀ ପ୍ରଦ୍ୟୁମ୍ନଙ୍କ ଜୀବନରେ ଅଭୁଲା ସ୍ମୃତି ହୋଇ ରହିଯିବ। କାରଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇମେଲ୍‌ର ଉତ୍ତର ଦେଇଥିଲେ। ଆଇଏସ୍‌ସି ଟପ୍ପର ହୋଇ ସେ ଯେତିକି ଖୁସି ହୋଇ ନଥିଲେ, ତା’ଠାରୁ ଅଧିକ ଖୁସି ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କଠାରୁ ତାଙ୍କ ଇମେଲ୍‌ର ଉତ୍ତର ପାଇ।

ବୁଧବାର ସକାଳେ ଯେତେବେଳେ ସାକ୍ଷୀଙ୍କ ନିଦ ଭାଙ୍ଗିଲା ସେ ଜାଣି ନଥିଲେ ଯେ ତାଙ୍କ ପାଇଁ ଏକ ସର୍‌ପ୍ରାଇଜ୍‌ ଅପେକ୍ଷା କରିଥିଲା। ଏହି ସରପ୍ରାଇଜ୍‌ଟି ଆସିଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ। କିଛିଦିନ ପୂର୍ବେ ମୋଦିଙ୍କୁ ସାକ୍ଷୀ ଏକ ମେଲ୍‌ କରିଥିଲେ। ଆଉ ସେହି ଇମେଲ୍‌କୁ ମୋଦି ନିଜ ଟ୍ୱିଟର୍‌ ପେଜ୍‌ରେ ପୋଷ୍ଟ୍‌ କରି ସାକ୍ଷୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୋଦିଙ୍କ ଲିଖିତ ପୁସ୍ତକ ‘ଏକ୍‌ଜାମ୍‌ ୱାରିୟରସ୍‌’ ତାଙ୍କୁ ପରୀକ୍ଷାରେ ସଫଳତା ହାସଲ କରିବାରେ ସହାୟକ ହୋଇଛି ବୋଲି ସାକ୍ଷୀ କହିଛନ୍ତି। ଆଉ ଏନେଇ ସେ ମୋଦିଙ୍କୁ ଏକ ମେଲ୍‌ କରିଥିଲେ। ଏହାର ଉତ୍ତରରେ ମୋଦି ଉକ୍ତ ମେଲ୍‌ର ଏକ ସ୍କ୍ରିନ୍‌ସଟ୍‌କୁ ଟ୍ୱିଟ୍‌ କରି ସାକ୍ଷୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋଦି ଏଥିରେ ଲେଖିଥିଲେ, ‘‘ଏପରି ଏକ ସୁନ୍ଦର ଚିଠି ପାଇଁ ତୁମକୁ ଧନ୍ୟବାଦ ସାକ୍ଷୀ। ମୁଁ ଖୁସି ଯେ, ‘ଏକ୍‌ଜାମ୍‌ ୱାରିୟରସ୍‌’ ତୁମକୁ ପରୀକ୍ଷା ସମୟରେ ସାହାଯ୍ୟ କରିଛି। ମୋ ତରଫରୁ ତୁମକୁ ଅନେକ ଶୁଭକାମନା।’’

111modi

ସାକ୍ଷୀ କେବେ ସ୍ନପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କ ମେଲ୍‌ର ଉତ୍ତର ଦେବେ ଏବଂ ତାଙ୍କୁ ଧନ୍ୟବାଦ ଜଣାଇବେ। ମୋଦିଙ୍କ ଠାରୁ ଧନ୍ୟବାଦ ଓ ଶୁଭକାମନା ପାଇବା ପରେ ନିଜକୁ ଗର୍ବିତ ଅନୁଭବ କରୁଛି ବୋଲି କହିଛନ୍ତି ସାକ୍ଷୀ। ସେ କହିଛନ୍ତି, ‘‘ବାପାଙ୍କ ଟ୍ୱିଟ୍‌ର ଆକାଉଣ୍ଟରୁ ମୋଦିଜୀଙ୍କ ଟ୍ୱିଟ୍‌ ଦେଖି ବହୁତ ଖୁସି ଲାଗିଲା।”

ସାକ୍ଷୀ ମୋଦିଙ୍କୁ ଦେଇଥିବା ଚିଠିରେ ତାଙ୍କ ପୁସ୍ତକ ସମ୍ପର୍କରେ ବହୁତ କିଛି ଉଲ୍ଲେଖ କରିଛନ୍ତି। କିପରି ଏହା ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ପ୍ରୋତ୍ସାହିତ କରୁଛି ତାହା ବି ଲେଖିଛନ୍ତି।

ସାକ୍ଷୀ ଭବିଷ୍ୟତରେ ଜଣେ ସଫ୍ଟୱେର ଇଞ୍ଜିନିୟର ହେବାକୁ ଚାହାନ୍ତି। ସେଥିପାଇଁ ସେ ବିଦେଶ ଯାଇ ପାଠ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି।



from OdishaReporter https://ift.tt/2L9R0Zy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages